Advertisment

ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

ବାଲିଗୁଡ଼ା (ଅଜିତ୍ କୁମାର ନାୟକ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଧମାଳ ଜିଲ୍ଲା। ଜିଲ୍ଲାର ଅନେକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି। ସେଥି ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲ୍ଲାର ମଣ୍ଡାସରୁ ପର୍ଯ୍ୟଟସ୍ଥଳୀ। ଯାହାକି ଅତି ମନଲୋଭା ଓ ଆର୍କଷଣୀୟ ମଧ୍ୟ। ଯିଏ ଥରେ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସିଛି, ତାରି ପ୍ରେମରେ ବାନ୍ଧି ହୋଇଯାଇଛି। ପ୍ରକୃତି କୋଳରେ ଥିବା ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଜୈବ ବିବିଧତାରେ ପରିପୂର୍ଣ୍ଣ ଥିବା ନେଇ ଏହାକୁ ଐତିହ୍ୟ ସ୍ଥଳୀର ମାନ୍ୟତା […]

author-image
Pradesh Pratyush
ହାତ ଠାରି ଡାକେ ପ୍ରକୃତି… ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ

kandhamala

ବାଲିଗୁଡ଼ା (ଅଜିତ୍ କୁମାର ନାୟକ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କନ୍ଧମାଳ ଜିଲ୍ଲା। ଜିଲ୍ଲାର ଅନେକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି। ସେଥି ମଧ୍ୟରୁ ଅନ୍ୟତମ ହେଉଛି କନ୍ଧମାଳ ଜିଲ୍ଲାର ମଣ୍ଡାସରୁ ପର୍ଯ୍ୟଟସ୍ଥଳୀ। ଯାହାକି ଅତି ମନଲୋଭା ଓ ଆର୍କଷଣୀୟ ମଧ୍ୟ। ଯିଏ ଥରେ ଏହି ପର୍ଯ୍ୟଟନ ସ୍ଥଳୀକୁ ଆସିଛି, ତାରି ପ୍ରେମରେ ବାନ୍ଧି ହୋଇଯାଇଛି। ପ୍ରକୃତି କୋଳରେ ଥିବା ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଜୈବ ବିବିଧତାରେ ପରିପୂର୍ଣ୍ଣ ଥିବା ନେଇ ଏହାକୁ ଐତିହ୍ୟ ସ୍ଥଳୀର ମାନ୍ୟତା ଦେଇଛନ୍ତି ସରକାର। ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଏବେ ଟୁରିଷ୍ଟ ମାନଙ୍କ ପାଇଁ ବେଷ୍ଟ ହିଲ୍ ଡେଷ୍ଟିନେସନ ପାଲଟିଛି। ଆଉ ମଣ୍ଡାସରୁ ଇକୋ ଟୁରିଜିମ୍ କେନ୍ଦ୍ର ପର୍ଯ୍ୟଟକଙ୍କୁ ବେଶ ବିମୋହିତ କରିପାରୁଛି।

Advertisment

publive-imageଯାହାକି ମଣ୍ଡାସରୁ କୁଟି ନାମରେ ବେଶ୍ ପରିଚିତ। ରାଇକିଆ ଠାରୁ କିଛି ଦୂରରେ ଅବସ୍ଥିତ ଏହି ପ୍ରାକୃତିକ ପର୍ଯ୍ୟଟସ୍ଥଳୀ। ଏଠାକାର ପ୍ରାକୃତିକ ପରିବେଶ ଅତି ମନଲୋଭା। ସକାଳର ସୂରୁଜ ଉଇଁବା  କ୍ଷଣି ଏଠାକାର ଶାନ୍ତ ପରିବେଶ ଖୁବ ସତେଜ ଓ ସୁନ୍ଦର ହୋଇଯାଏ। । ଆକାଶକୁ ଛୁଇଁଲା ଭଳି  ସୁଉଚ୍ଚ ସବୁଜ ପାହାଡ ଗୁଡିକ ଖିଲି ଖିଲି ହୋଇ ହସି ଉଠନ୍ତି। ଆଉ ପାଖରେ ଥିବା ଘଞ୍ଚ ପର୍ବତ ଉପରୁ ଅବିଶ୍ରାନ୍ତ ଝରି ଆସୁଥିବା ବିଙ୍ଗୁମାହା ଜଳପ୍ରପାତର ଦୃଶ୍ୟ ଅତି ମନ୍ତ୍ର ମୁଗ୍ଧକର। ସତେ ଯେମିତି ପ୍ରକୃତି ହିଁ ଏଠି ନିଜେ ନିଜକୁ ହଜାଇ ଦେଇଛି । ପ୍ରକୃତିର ଏହି  ମିଳନ ସ୍ଥଳକୁ ଦେଖିବା ଲାଗି  କାହିଁ କେତେ ଦୂରରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। ଆଉ ଅଶାନ୍ତ ମନକୁ ଶାନ୍ତ କରିବା ସହ ନିଜ ମୁହୂର୍ତକୁ ଏକ ସ୍ମୃତି ବନ୍ଧନରେ ବାନ୍ଧିବା ପାଇଁ ନିଜ ମୋବାଇଲରେ ସେଲଫି ମଧ୍ୟ ଉଠାଉଛନ୍ତି । ଆଉ ଏହାରି ଭିତରେ ମଣ୍ଡାସରୁ କୁଟିର ନିରୋଳା ଓ ସବୁଜ ପରିବେଶ  ମନରେ ଅନେକ ଶାନ୍ତି ଆଣି ଦେଉଛି ବୋଲି  ପର୍ଯ୍ୟଟକ କହିଛନ୍ତି।

ପ୍ରକୃତିର ଭୂସ୍ୱର୍ଗ ପାଲଟିଥିବା ମଣ୍ଡାସରୁ କୁଟି ଯେତିକି ସୁନ୍ଦର, ତାଠାରୁ ଏହାର ଭିତ୍ତିଭୂମି ମଧ୍ୟ ସେତିକି ଉନ୍ନତ। ପର୍ଯ୍ୟଟକଙ୍କ ସୁବିଧା ପାଇଁ  ବନ ବିଭାଗ ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ତିଆରି କରାଯାଇଛି। ପ୍ରକୃତିକୁ ଅତି ପାଖରୁ ଦେଖିବା ପାଇଁ  ଦୁଇଟି ସୁଉଚ୍ଚ ଟାୱାର ନିମାର୍ଣ ସହ ଟେଲିସ୍କୋପର ମଧ୍ୟ ସୁବିଧା ରହିଛି।

Advertisment

ରହିବା ପାଇଁ କାଠରେ ତିଆରି ୬ଟି କାଠ ବଙ୍ଗଳା ସହ ସୁସ୍ୱାଦୁ ଦେଶୀ ଖାଦ୍ୟ ମଧ୍ୟ ପର୍ଯ୍ୟଟକଙ୍କୁ ପରସା ଯାଇଥାଏ। ଏହା ସହିତ ଆଖପାଖ ଆଦିବାସୀ ଗାଁର ଜୀବନ ଶୈଳୀ ବୁଲି ଦେଖିବା ପାଇଁ ସାଇକେଲର ମଧ୍ୟ ବ୍ୟବସ୍ଥା ରହିଛି। ବଣ ଭୋଜି ସାଙ୍ଗକୁ ପିଲାଙ୍କ ଖେଳିବା ପାଇଁ ଦୋଳି ମଧ୍ୟ ରହିଛି। ଆସୁଥିବା ପର୍ଯ୍ୟଟକଙ୍କ ହାତ ପାହାନ୍ତାରେ ସମସ୍ତ ସୁବିଧା ଯେମିତି ଉପଲବ୍ଧ ହେବ, ସେ ନେଇ ସ୍ଥାନୀୟ ସ୍ୱଂୟ ସହାୟିକା ଗୋଷ୍ଠୀଙ୍କୁ ତାଲିମ୍ ପ୍ରଦାନ କରାଯାଇ ନିଯୁକ୍ତ କରାଯାଇଛି।

ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ ମଣ୍ଡାସରୁ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଦେଖିବା ସହ ଏହାର ନିଆରା ଅନୁଭୂତି ସାଉଁଟିବା ପାଇଁ ସାତ ଦରିଆପାରିରୁ  ବିଦେଶୀ  ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି। ଏହା ସହ ଏହି କୁଟିର ଅନ୍ୟ ଏକ ପାହାଡରେ ଚୁମ୍ୱକୀୟ ଶକ୍ତିର ଆଧାର ଥିବା ଯୋଗୁଁ ଏହାରି ଉପରେ କୌଣସି ବିମାନ ଉଡିନଥାଏ।  ଜିଲ୍ଲାର ବେଷ୍ଟ ହିଲ୍ ଡେଷ୍ଟିନେସନ ହୋଇଥିବା ନେଇ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ନଦୀ, ଝରଣା ଓ ପାହାଡ଼ ସାଙ୍ଗକୁ ତାରି ଭିତରେ ଶୋଭା ପାଉଥିବା  କୁତ୍ରିମ କୋଟରୀକୁ ନେଇ କେରଳର ପର୍ଯ୍ୟଟନ ବେଶ ମନଲୋଭା। ଏମିତିକି ସବୁଜ ବନାନୀ ଘେରା ଅପରୂପ ସୌନ୍ଦର୍ଯ୍ୟ ସହ ନଦୀ ଝରଣାର ଅପୂର୍ବ ସଙ୍ଗମକୁ ପ୍ରକୃତିର ନିବାସସ୍ଥଳ ବୋଲି କୁହାଯାଏ। ଆଉ ଏବେ କନ୍ଧମାଳର କଳେବରକୁ ଦେଖିଲେ ଠିକ୍ କେରଳ ଭଳି ଭ୍ରମ ସୃଷ୍ଟି କରୁଛି ତାହା ଆପଣ ଦେଖିଲେ ହିଁ ଅନୁଭବ କରିପାରିବେ।

Advertisment
Advertisment