BDO Photograph: (OTV)
ବଲାଙ୍ଗିରରେ ନିଜେ ନିଜେ ଆଇନ ତିଆରି କରିଦେଉଛନ୍ତି କି ବିଡିଓ । ଟଙ୍କା ପାଇ ଆବାସ କାମ ସମ୍ପୂର୍ଣ୍ଣ କରିନଥିବା ହିତାଧିକାରୀଙ୍କର ବନ୍ଦ କରିଦିଆଯାଉଛି ଭତ୍ତା ଓ ରାସନ । ଆଗଲପୁର ପରେ ପାଟଣାଗଡ଼ ବ୍ଲକରୁ ବି ଆସିଲା ସମାନ ଅଭିଯୋଗ । ଘର କାମ ସମ୍ପୂର୍ଣ୍ଣ କରିନଥିବା ହିତାଧିକାରୀଙ୍କର ଭତ୍ତା ଓ ରାସନ କାଟିବାକୁ ବିଭାଗୀୟ ଚିଠି କରିଛନ୍ତି ଖୋଦ୍ ପାଟଣାଗଡ଼ ବିଡିଓ ସୁମନ ମିଞ୍ଜି ।
ଏନେଇ ଉଲବା ପଂଚାୟତ ସରମୁହାଣ ଗାଁର ଉତ୍ତରା ବରିହାଙ୍କୁ ଦିଆଯାଇଛି ନୋଟିସ୍ । ନୋଟିସରେ ଉଲ୍ଲେଖ ତଥ୍ୟ ଅନୁସାରେ, ଉତ୍ତରା ବରିହା ତିନିଟି କିସ୍ତି ପାଇଥିଲେ ମଧ୍ୟ ବିଜୁ ପକ୍କାଘର ସମ୍ପୂର୍ଣ୍ଣ କରିନାହାନ୍ତି । ତେଣୁ ତାଙ୍କୁ ଭତ୍ତା, ରାସନ ଓ ଅନ୍ୟ ସରକାରୀ ସହାୟତାରୁ ବଞ୍ଚିତ କରାଯିବ ।
ବିଡିଓଙ୍କ ନୋଟିସ ପରେ ରାସନ ମଧ୍ୟ ବନ୍ଦ କରିଦିଆଯାଇଥିବା ସୂଚନା ସୂଚନା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜୁଥିବାବେଳେ କେଉଁ ନିୟମ ବଳରେ ହିତାଧିକାରୀଙ୍କ ଉପରେ ଏଭଳି ଆକ୍ସନ ନିଆଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି ।
ବିଡିଓଙ୍କର ଇଏ କି ନିୟମ ?
ବଲାଙ୍ଗିରରେ ଆଇନ ତିଆରି କରୁଛନ୍ତି ବିଡିଓ ?
ଆବାସ ସମ୍ପୂର୍ଣ୍ଣ କରିନଥିଲେ କଟାଯାଉଛି ରାସନ ଓ ଭତ୍ତା
ଆଗଲପୁର ପରେ ପାଟଣାଗଡ଼ରୁ ଆସିଲା ସଂଗୀନ ଅଭିଯୋଗ
ରାସନ ଓ ଭତ୍ତା ବନ୍ଦ କରିବାକୁ ମିଳିଲା ସରକାରୀ ନୋଟିସ୍
ଘର ସମ୍ପୂର୍ଣ୍ଣ କରିନାହାନ୍ତି ବୋଲି ଆସିଲା ନୋଟିସ୍
ନୋଟିସ୍ ପରେ ବନ୍ଦ ହୋଇଯାଇଛି ହିତାଧିକାରୀଙ୍କ ରାସନ
କୋଉ ଆଇନ ବଳରେ ବିଡିଓ ନେଲେ ନିଷ୍ପତ୍ତି ?
ଘର କରିନଥିଲେ ରାସନ ବନ୍ଦ ପାଇଁ କେଉଁଠି ଅଛି ଆଇନ୍ ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/14/bdo-2026-01-14-11-14-55.jpg)