Advertisment

BDA Revamps Nicco Park: ନୂଆ ରୂପ ପାଇବ ବିଡିଏ ନିକୋ ପାର୍କ, ୬ ଶହ କୋଟିରେ ହେବ ପାର୍କର ନବକଳେବର

ପୁଣି ଝଲସିବ ବିଡିଏ ନିକୋ ପାର୍କ। ୬ ଶହ କୋଟିରେ ହେବ ପାର୍କର ନବକଳେବର। ସୌନ୍ଦର୍ଯ୍ୟକରଣ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ବଡ ଘୋଷଣା।

Park Renovation

Park Renovation Photograph: (OTV)

Advertisment

ପୁଣି ଝଲସିବ ବିଡିଏ ନିକୋ ପାର୍କ। ରାଜଧାନୀ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କ ପାଇଁ ଆଣିବ ନୂଆ ଆକର୍ଷଣ। ୬ ଶହ କୋଟିରେ ହେବ ପାର୍କର ନବକେଳବର । ଏହାର ସୌନ୍ଦର୍ଯ୍ୟକରଣ ନେଇ ବଡ ଘୋଷଣା କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ। ଆଲୋକୀକରଣ, ଫୁଡକୋର୍ଟ, ମାର୍କେଟ୍ କମ୍ପ୍ଲେକ୍ସ ଏବଂ ବୋଟିଂ ଭଳି ଆଧୁନିକ ସୁବିଧା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି।

Advertisment

ଭୁବନେଶ୍ବର ନିକୋ ପାର୍କର ହେବ ନବୀକରଣ। ନୂଆ ରୂପରେ ନଜର ଆସିବ ବିଡିଏ ପାର୍କ। ୩ଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୬ ଶହ କୋଟି ଟଙ୍କା। ପିଲାଙ୍କ ମନୋରଞ୍ଜନ ସହ ଫୁଡକୋର୍ଟ, ମାର୍କେଟ୍ କମ୍ପ୍ଲେକ୍ସ ଏବଂ ବୋଟିଂର ମିଳିବ ମଜା । ଦୀର୍ଘଦିନ ଧରି ଅଚଳ ହୋଇପଡିଥିବା ରାଜଧାନୀ ଭୁବନେଶ୍ବରରେ ଥିବା ଏହି ଆକର୍ଷଣୀୟ ପାର୍କର ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡିଛି ନଗର ଉନ୍ନନ ବିଭାଗ। 

୧୯୯୮ ମସିହାରେ ସହର ଭିତରେ ପ୍ରାୟ ୧୦ ଏକର ଜାଗାରେ ଏହି ସୁନ୍ଦର ପାର୍କର ପରିକଳ୍ପନା କରାଯାଇଥିଲା। ଏହା ବିଏମସି ଅଧିନରେ ଥିଲେ ବି ଏହାର ରକ୍ଷାଣା ବେକ୍ଷଣା ଠିକ୍ ଭାବେ କରାନଯିବାରୁ ଆକର୍ଷଣ ହରାଇବସିଲା। ଏବେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଏହି ପାର୍କ। ନିକୋ ପାର୍କର ବେସ୍ ନାଁ ଥିବାରୁ କେବଳ ଓଡିଶା ନୁହେଁ ଓଡିଶା ବାହାରୁ ପ୍ରତିଦିନ ପର୍ଯ୍ୟଟକ ଆସୁଥିବା ବେଳେ ଏବେ ବନ୍ଦ ପଡିଥିବାରୁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି। 

Advertisment

ନିକୋ ପାର୍କ ଭିତରେ ଥିବା ୱାଟର ସ୍ଲାଇଡ, ୱେବ ପୁଲ, ସ୍ପାଇରାଲ ସହ ବୋଟିଂ ସୁବିଧା ଥିଲା। କିନ୍ତୁ ଏବେ ତାହା ଅଚଳ ହୋଇପଡିଛି। ପାର୍କ ଭିତର ବଣ ଜଙ୍ଗଲ ହୋଇଗଲାଣି। ଯାହା ଯନ୍ତୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ତଥାପି ଲୋକଙ୍କ ମନରୁ ନିକୋ ପାର୍କର ଆକର୍ଷଣ ଯାଇନଥିବାରୁ ଦିନକୁ କିଛି ସମୟ ପାଇଁ ଖୋଲୁଛି। ଟିକେଟ ପାଇଁ ଶହେ ଟଙ୍କା ବି ନିଆଯାଉଛି। 

ହେଲେ କିଛି ଦେଖିବା କିମ୍ବା ମନୋରଞ୍ଜନ ପାଇଁ ଥିବା ଇନଷ୍ଟ୍ରୁମେଣ୍ଟ କାମ କରୁନଥିବାରୁ ନିରାଶ ହେଉଛନ୍ତି ସାଧାରଣ ଲୋକ। ତେବେ ବିଭାଗୀୟ ମନ୍ତ୍ରୀ ଏବଂ ବିଏମସି ମେୟର କହିଛନ୍ତି ନୂଆ ବର୍ଷରେ ନିକୋ ପାର୍କକୁ ନୂଆ ରୂପ ଦିଆଯିବ। ୩ଟି ପର୍ଯ୍ୟାୟରେ ୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହାର ସୌନ୍ଦର୍ଯ୍ୟକରଣ କରାଯିବ।
ରକ୍ଷଣା ବେକ୍ଷଣା ଅଭାବରୁ ସତ୍ତା ହରାଇଥିବା ଏହି ପାର୍କ ପୁଣି ରାଜଧାନୀବାସି ଓ ବାହାର ପର୍ଯ୍ୟଟକଙ୍କ ମନମୋହିବ।

Advertisment

•    ପୁଣି ଝଲସିବ ବିଡିଏ ନିକୋ ପାର୍କ
•    ୬ ଶହ କୋଟିରେ ହେବ ପାର୍କର ନବକଳେବର
•    ସୌନ୍ଦର୍ଯ୍ୟକରଣ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ବଡ ଘୋଷଣା
•    ଫୁଡକୋର୍ଟ, ମାର୍କେଟ୍ କମ୍ପ୍ଲେକ୍ସ, ବୋଟିଂ ଭଳି ସୁବିଧା ଯୋଗାଇବା ଲକ୍ଷ୍ୟ 

Bhubaneswar BDA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ