Advertisment

ସାଇକେଲରେ ଅଫିସ୍ ଆସ ; ନିର୍ଦ୍ଦେଶ ଜାରି

ଭୁବନେଶ୍ୱର : ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ନିମନ୍ତେ ଅଣମୋଟର ଯାନ ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତି ଶୁକ୍ରବାର ନିଶ୍ଚିତ ଭାବେ ସାଇକେଲରେ ଅଫିସ୍ ଆସିବାକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ନିଜର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିଃର ସିଇଓ […]

ସାଇକେଲରେ ଅଫିସ୍ ଆସ ;  ନିର୍ଦ୍ଦେଶ ଜାରି

cycle-chalao

Advertisment

ଭୁବନେଶ୍ୱର : ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ନିମନ୍ତେ ଅଣମୋଟର ଯାନ ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତି ଶୁକ୍ରବାର ନିଶ୍ଚିତ ଭାବେ ସାଇକେଲରେ ଅଫିସ୍ ଆସିବାକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ନିଜର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

Advertisment

ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିଃର ସିଇଓ ପ୍ରେମଚନ୍ଦ୍ର ଚୌଧୁରୀ ଗତକାଲି ଏକ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ନିମନ୍ତେ ଓ ଅଣମୋଟର ଯାନ ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃର ସମସ୍ତ ଅଫିସର, କର୍ମଚାରୀ, କନ୍ସଲାଣ୍ଟ ଓ ଆଉଟସୋର୍ସିଂରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସପ୍ତାହକୁ ଅତିକମରେ ଥରେ ସାଇକେଲରେ ଆସିବାକୁ ନିର୍ଦ୍ଦେଶ ଦିଆଯାଉଛି।

ପ୍ରତି ଶୁକ୍ରବାର ଅଫିସ ଯିବାଆସିବା ପାଇଁ ସମସ୍ତ କର୍ମଚାରୀ କୌଣସି ପରିସ୍ଥିତିରେ ବି ମୋଟରଯାନ ଉପଯୋଗ ନକରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସ୍ମାର୍ଟସିଟି ସିଇଓଙ୍କ ଏହି ନିର୍ଦ୍ଦେଶକୁ ତତ୍କାଳ ପ୍ରଭାବରୁ ଲାଗୁ କରାଗଲା ବୋଲି ଭୁବନେଶ୍ୱର ସ୍ମାର୍ଟସିଟି ଲିଃର ଜେନେରାଲ ମ୍ୟାନେଜର(ପ୍ରଶାସନ) ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Advertisment

ସୂଚନାଯୋଗ୍ୟ, ଗତମାସରେ ପାଣିପାଗ ଆକଳନକାରୀ ସଂସ୍ଥା ସ୍କାଏମେଟ୍ ପକ୍ଷରୁ ଜାରି ରିପୋର୍ଟରେ ଭୁବନେଶ୍ୱର ସହରରେ ପବନର ଗୁଣାତ୍ମକ ଇଣ୍ଡେକ୍ସ(ଏକ୍ୟୁଆଇ) ପ୍ରଦୂଷିତ ବୋଲି ଦର୍ଶାଇଥିଲେ। ମାତ୍ର ଏହାକୁ ସେତେବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଖାରଜ କରାଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ କହିଥିଲେ ଯେ, ଭୁବନେଶ୍ୱର ସହରର ଏକ୍ୟୁଆଇ ସନ୍ତୋଷଜନକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ