/odishatv-khabar/media/post_attachments/uploadimage/library/16_9/16_9_0/murder_1623135331.jpg)
murder
ଭୁବନେଶ୍ୱର : ରାଜଧାନୀରେ ହତ୍ୟାକାଣ୍ଡ। ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ମୃତକ ଜଣକ କାର୍ତ୍ତିକ ସାହୁ ବୋଲି ଜଣାପଡିଛି । ସୂଚନା ମୁତାବକ ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ବଚସାରୁ କାର୍ତ୍ତିକଙ୍କ ସହ କିଛି ଦୁର୍ବୃତ୍ତଙ୍କ ଗଣ୍ଡଗୋଳ ହୋଇଥିଲା । ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ କାର୍ତ୍ତିକ ସାହୁକୁ କିଛି ଦୁର୍ବୃତ୍ତ ଘରୁ ଡାକି ନେଇଥିଲେ । ଏହା ପରେ କିଛି ଦୂରକୁ ନେଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।
Advertisment
ପୁଅ କାର୍ତ୍ତିକ ଗୁରୁତର ଆହତ ହୋଇଥିବା ଖବର ପାଇ ତାକୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ସହ କଟକକୁ ସ୍ଥାନାନ୍ତର କରିଥିଲେ ତାଙ୍କ ବାପା । ତେବେ କଟକରେ କାର୍ତ୍ତିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କାର୍ତ୍ତିକଙ୍କୁ ହତ୍ୟା କରିଥିବା ଦୁର୍ବୃତ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ମାମଲାର ତନାଘନା ଆରମ୍ଭ କରିଛି କମିଶନରେଟ ପୋଲିସ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)