'Battlefield to Boardroom Photograph: (OTV)
ଅବିରତ ପ୍ରତିଯୋଗିତା ଓ ଚ୍ୟାଲେଞ୍ଜ ଭରା ଏହି ଦୁନିଆରେ କିଛି ଏଭଳି କିଛି ଲିଡର୍ସ ଥାଆନ୍ତି ଯେଉଁମାନେ ସାହସ କରି ପଛକୁ ଫେରି ଚାହାନ୍ତି, ସେହି ନୀତି ଆଦର୍ଶକୁ ବୁଝିବାକୁ ଚେଷ୍ଟା କରନ୍ତି, ଯାହା ହଜାର ହଜାର ବର୍ଷ ଧରି ମାନବଜାତିକୁ ପଥ ଦେଖାଇଛି, ସେହିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡ. ସ୍ମୃତି ରଞ୍ଜନ ନାୟକ।
ସେ ଅକ୍ସଫୋର୍ଡ, ହାର୍ଭାର୍ଡ, ଏମଆଇଟି ଏବଂ ଆଇଆଇଏମରୁ ପାଠ ପଢି ଆସିଛନ୍ତି। ପ୍ରାଚୀନ ଦର୍ଶନକୁ ମଡର୍ଣ୍ଣ ଲିଡରସିପ୍ ସାଇନ୍ସ ସହିତ ଯୋଡି ବିଶ୍ୱର ନେତୃତ୍ୱ ପ୍ରଣାଳୀକୁ ନୂଆ ଢଙ୍ଗରେ ଉପସ୍ଥାପନ କରୁଛନ୍ତି।
ଭଗବଦ୍ ଗୀତାରୁ ପ୍ରେରଣା ନେଇ ତାର କାଳଜୟୀ ବାଣୀ ଆଜିର ସମୟର ବିଜନେସ୍ ଲିଡର୍ସଙ୍କ ପାଇଁ କିଭଳି ଉପଯୋଗୀ ହେବ ତାକୁ ତାଙ୍କର ବିଶ୍ୱବ୍ୟାପୀ ପ୍ରଶଂସିତ ପୁସ୍ତକ “ବ୍ୟାଟେଲଫିଲ୍ଡ ଟୁ ବୋର୍ଡରୁମ : ଆନସିଏଣ୍ଟ ୱାଇଜଡମ୍ ଫର୍ ମଡର୍ଣ୍ଣ ଲିଡରସିପ୍”ପୁସ୍ତକରେ ଉଲ୍ଲେଖ କରିଛନ୍ତି।
ଡ. ସ୍ମୃତି ରଞ୍ଜନ ନାୟକଙ୍କ ଶୈକ୍ଷିକ ପ୍ରତିଭାକୁ ଅନେକ ସମ୍ମାନ ମିଳିଛି। ତାଙ୍କର ଅସାଧାରଣ ଶୈକ୍ଷିକ କୃତିତ୍ୱ ପାଇଁ ଗୋଲ୍ଡ ମେଡାଲ ମଧ୍ୟ ମିଳିଛି। ଡ. ନାୟକଙ୍କର ସାହିତ୍ୟିକ ଏବଂ ବୌଦ୍ଧିକ ଅବଦାନ ତାଙ୍କୁ ନିଜର ଜ୍ଞାନ ଓ ସୃଜନଶୀଳତା ପାଇଁ ଭାରତର ଶ୍ରେଷ୍ଠ ୧୦ ଜଣ ସାହିତ୍ୟିକ ଭାବେ ସ୍ୱୀକୃତି ଦେଇଛି।
ଡ. ନାୟକ ଏବେ ନିଜର ଦ୍ୱିତୀୟ ପୁସ୍ତକ “ସିଆରଏମ୍ - କ୍ରିଏଟିଙ୍ଗ ରେଭିନ୍ୟୁ ମେକାନିଜମ୍ସ” ଉପରେ କାମ କରୁଛନ୍ତି। ଯାହା କର୍ପୋରେଟ୍ ଲିଡର୍ସ, ମ୍ୟାନେଜର ଏବଂ ସିଇଓମାନଙ୍କ ପାଇଁ ଏକ ପରିବର୍ତ୍ତନ ସାବ୍ୟସ୍ତ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/19/battlefield-to-boardroom-2025-11-19-15-13-02.jpg)