barsha
କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ତିକ୍ତତା ତୀବ୍ରତର ହେବାରେ ଲାଗିଛି। ନିଜ ଜୀବନ ପ୍ରତି ବିପଦ ଥିବା କହି କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବର୍ଷା। ଅନୁଭବଙ୍କ ଘରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି।
ତେବେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ଓକିଲ ରାମକୃଷ୍ଣ ରଥ। ଅନୁଭବଙ୍କ ଜଣେ ସହଯୋଗୀ ବେଡ୍ ରୁମରେ ପଶି ଭିଡିଓ ସୁଟିଂ କରିଥିଲେ। ଅନ୍ୟ ଜଣେ ସହଯୋଗୀ ଡ୍ରଇଂ ରୁମରେ ଜଗିଥିଲେ। ଘଟଣାକୁ ନେଇ ବର୍ଷା ଲଜ୍ଜିତ ଓ ଅସୁରକ୍ଷିତ ମନେ କରିଥିଲେ। ଯାହା ପରେ ସେ ପୋଲିସକୁ ଫୋନ୍ କରି ସୁରକ୍ଷା ମାଗିଥିଲେ। ସେମାନେ କାହିଁକି ଓ କିଏ ସେମାନଙ୍କୁ ସୁଟିଂ କରିବାକୁ ପଠାଇଛି ବୋଲି ବର୍ଷା ବାରମ୍ବାର ପଚାରିଥିଲେ।
ସେପଟେ ବର୍ଷା ଶାଶୁଘରେ କାହିଁକି ରହିଛନ୍ତି ବୋଲି ଗତକାଲି ଅନୁଭବ କହିଥିଲେ। ଯାହାର ଜବାବ ବି ରଖିଛନ୍ତି ବର୍ଷାଙ୍କ ଓକିଲ। ବର୍ଷା ଚାହୁଁଛନ୍ତି ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବେ। ଶାଶୁଘରେ ରହି ଆଇନ ଅନୁସାରେ ନିଜକୁ ସୁରକ୍ଷା ଦେବା ସହ ବିବାହକୁ ଚିରସ୍ଥାୟୀ କରିବାକୁ ବର୍ଷା ଚାହାନ୍ତି ବୋଲି ସେ କହିଛନ୍ତି। ଅନୁଭବଙ୍କ କଥାରେ ସେ ଶାଶୁଘରୁ ଆସିବେନି ବୋଲି ସ୍ପଷ୍ଟ କରିଛନ୍ତି ବର୍ଷାଙ୍କ ଓକିଲ।
ସୂଚନାଯୋଗ୍ୟ, ନିଜ ଶାଶୁ ଘରେ ଥିବା ବର୍ଷାଙ୍କୁ ଗତକାଲି ଖାଦ୍ୟ ଦିଆଯିବା ବେଳେ ତାହାର ଭିଡିଓ ସୁଟିଂ କରାଯାଇଥିଲା। ଅନୁଭବଙ୍କ ଜଣେ ସହଯୋଗୀ ବେଡ୍ ରୁମ୍ରେ ପଶି ସୁଟିଂ କରିଥିଲେ। ଅନ୍ୟ ଜଣେ ସହଯୋଗୀ ଡ୍ରଇଂ ରୁମ୍ରେ ଜଗି ରହିଥିଲେ। କିଏ ସେମାନଙ୍କୁ ସୁଟିଂ କରିବାକୁ ପଠାଇଛି ବୋଲି ବର୍ଷା ପଚାରିଥିଲେ। ଘଟଣାକୁ ନେଇ ବର୍ଷା ଲଜ୍ଜିତ ଓ ଅସୁରକ୍ଷିତ ମନେ କରିବାରୁ ପୋଲିସକୁ ଜଣାଇ ସୁରକ୍ଷା ମାଗିଥିଲେ। ଗତକାଲିର ଘଟଣା ବର୍ଷାଙ୍କ ସହ ଆଲୋଚନା କରି କୋର୍ଟଙ୍କ ଦୃଷ୍ଟିକୁ ଆଣିବି ବୋଲି କହିଛନ୍ତି ତାଙ୍କ ଓକିଲ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/barsha_1625348537.jpg)