Advertisment

ବର୍ଷାପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମାମଲା : ଭଉଣୀଙ୍କୁ ଶେଷ ଫୋନ କଲ୍‌ ହିଁ ଦେଇପାରେ ସୁରାକ୍‌

ବେଙ୍ଗାଲୁରୁ (ଆଜମତୁଲାହ ସରିଫ) : ବେଙ୍ଗାଲୁରୁରେ ଓଡ଼ିଆ ବୋହୂଙ୍କ ରହସ୍ୟଜନକ ମୃତ୍ୟୁ । ମାଆ କହୁଛନ୍ତି ଝିଅକୁ ମାରିଦେଇଛନ୍ତି ସ୍ୱାମୀ, ଶାଶୂ ଓ ଶ୍ୱଶୁର । କିନ୍ତୁ ଶାଶୂ, ଶ୍ୱଶୁର କହୁଛନ୍ତି ବୋହୂ କରିଛି ଆତ୍ମହତ୍ୟା । ଏଭଳି ବାଦବିବାଦ ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଅଡିଓ କ୍ଲିପ୍ । ଯେଉଁଥିରେ ସ୍ୱାମୀ, ଶାଶୂ ଏବଂ ଶ୍ୱଶୁରଙ୍କ ହିଂସ୍ରପଣିଆ ପଦାକୁ ଆସିଛି । ଝିଅ ପାଇଁ ମାଆର ହୃଦୟ ଫାଟି ଯାଉଛି। କାନ୍ଦୁଛି ପ୍ରାଣ, ମା’ ଟିଏ […]

author-image
Pradesh Pratyush
ବର୍ଷାପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମାମଲା : ଭଉଣୀଙ୍କୁ ଶେଷ ଫୋନ କଲ୍‌ ହିଁ ଦେଇପାରେ ସୁରାକ୍‌

bengalure6

ବେଙ୍ଗାଲୁରୁ (ଆଜମତୁଲାହ ସରିଫ) : ବେଙ୍ଗାଲୁରୁରେ ଓଡ଼ିଆ ବୋହୂଙ୍କ ରହସ୍ୟଜନକ ମୃତ୍ୟୁ । ମାଆ କହୁଛନ୍ତି ଝିଅକୁ ମାରିଦେଇଛନ୍ତି ସ୍ୱାମୀ, ଶାଶୂ ଓ ଶ୍ୱଶୁର । କିନ୍ତୁ ଶାଶୂ, ଶ୍ୱଶୁର କହୁଛନ୍ତି ବୋହୂ କରିଛି ଆତ୍ମହତ୍ୟା । ଏଭଳି ବାଦବିବାଦ ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଅଡିଓ କ୍ଲିପ୍ । ଯେଉଁଥିରେ ସ୍ୱାମୀ, ଶାଶୂ ଏବଂ ଶ୍ୱଶୁରଙ୍କ ହିଂସ୍ରପଣିଆ ପଦାକୁ ଆସିଛି ।

Advertisment

publive-imageଝିଅ ପାଇଁ ମାଆର ହୃଦୟ ଫାଟି ଯାଉଛି। କାନ୍ଦୁଛି ପ୍ରାଣ, ମା ଟିଏ ଲୋଡୁଛି ଝିଅ ପାଇଁ ନ୍ୟାୟ । କାରଣ ୪ ବର୍ଷ ତଳେ ପାଦ ରଖି ଯେଉଁ ପରିବାରକୁ ଆପଣାର କରିଥିଲା ଝିଅ, ସେହି ପରିବାର ନେଇଛି ଝିଅର ଜୀବନ। ବେଙ୍ଗାଲୁରୁ ସ୍ଥିତ ଏକ କର୍ପୋରେଟ୍ ହାଉସ୍‌ରେ ସିନିୟର ଏକ୍‌ଜିକ୍ୟୁଟିଭ୍ ଭାବେ କାମ କରୁଥିବା ବର୍ଷା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ହତ୍ୟା କରିଛନ୍ତି ଶାଶୂ, ଶ୍ୱଶୁର ଏବଂ ସ୍ୱାମୀ ।

publive-imageମାଆଙ୍କ ଅଭିଯୋଗ, ଗତ ୨୦ ତାରିଖରେ ନିଜ ରୁମ୍‌ରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ସ୍ୱାମୀ ଫୋନ୍‌ରେ ଜଣାଇଥିଲେ ପୁରୀରେ ରହୁଥିବା ଶାଶୂ ଶ୍ୱଶୁରଙ୍କୁ। ଖବର ପାଇ ଝିଅ ରହୁଥିବା ବେଙ୍ଗାଲୁରୁ ସ୍ଥିତ ମାଡ଼ିଭାଲା ଭିଲେଜ୍‌ରେ ପହଞ୍ଚିଥିଲେ ପରିବାର ଲୋକେ ।

Advertisment

ତେବେ ମୃତ ବର୍ଷାଙ୍କ ମାଆଙ୍କ ଅଭିଯୋଗ, ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ।

publive-imageତେବେ ବର୍ଷା ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ? ଏମିତି କିଛି ପ୍ରଶ୍ନ ସାମ୍ନାକୁ ଆସିଥିବାବେଳେ ଗଣମାଧ୍ୟମର ହସ୍ତଗତ ହୋଇଛି ମୃତ୍ୟୁ ପୂର୍ବର ଚାଞ୍ଚଲ୍ୟକର ଟେଲିଫୋନିକ୍ କଥାବାର୍ତ୍ତା । ମୃତ୍ୟୁ ପୂର୍ବରୁ ନିଜର ସାନ ଭଉଣୀ ସୁଚିସ୍ମିତାଙ୍କୁ କଲ୍ କରିଥିଲେ ବର୍ଷା । କହିଥିଲେ ତାଙ୍କ ମୁଣ୍ଡକୁ ମାରି ଫଟେଇ ଦେଇଛନ୍ତି, ଆଉ ସେ ବଞ୍ଚିବେନି, ପୁଅର ଦେଖାଶୁଣା କରିବ।

publive-imageଆକ୍ରମଣ ଅଭିଯୋଗକୁ କିନ୍ତୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ବୋହୂ ନିଜେ କବାଟ ବନ୍ଦ କରି ଆତ୍ମହତ୍ୟା କରିଛି ବୋଲି ସଫେଇ ଦେଇଛନ୍ତି ବର୍ଷାଙ୍କ ଶାଶୂ ଏବଂ ଶ୍ୱଶୁର।

publive-imageତେବେ କିଏ ସତ କହୁଛନ୍ତି ? ବର୍ଷାଙ୍କ ପରିବାର ଲୋକେ ନା ତାଙ୍କ ଶାଶୂ ଶ୍ୱଶୁର ? ଯଦି ଆତ୍ମହତ୍ୟା କରିଛନ୍ତି ବର୍ଷା, ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ? ଏନେଇ ବେଙ୍ଗାଲୁରୁ ପୁଲିସ ଖୋଳତାଡ଼ ଜାରି ରଖିବା ସହ ବର୍ଷାଙ୍କ ସ୍ୱାମୀ ରତିକାନ୍ତ ରଥ, ଶାଶୂ ପୁଷ୍ପାଞ୍ଜଳି ରଥ, ଶ୍ୱଶୁର ଲାଲ୍‌ମୋହନ ରଥଙ୍କୁ ଗିରଫ କରିଛି।

Advertisment
Advertisment