Advertisment

ଗାଡ଼ି ଚେକିଂ ବେଳେ ଧକ୍କା ଦେଲା ବାଇକ୍ : ଏସ୍‌ଆଇ ମୃତ

ବାରିପଦା (ମାଣିକଲାଲ ପାଣି): ଗତ ରାତିରେ ବାରିପଦାରେ ଏକ ଅଘଟଣ ଘଟିଛି।  ଗାଡ଼ି ଚେକିଂ ବେଳେ ବାଇକ୍ ଧକ୍କାରେ ଟାଉନ୍ ଥାନା ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲ’ କଲେଜ ସମ୍ମୁଖରେ ଏମଭିଆଇ ଚେକିଂ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଚେକିଂ ଚାଲିଥିବାବେଳେ ଖସିବାକୁ ଉଦ୍ୟମ କରୁଥିବା ଏକ ବାଇକ୍ ଏସ୍‌ଆଇ ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର […]

ଗାଡ଼ି ଚେକିଂ ବେଳେ ଧକ୍କା ଦେଲା ବାଇକ୍ : ଏସ୍‌ଆଇ ମୃତ

asi death

Advertisment

ବାରିପଦା (ମାଣିକଲାଲ ପାଣି): ଗତ ରାତିରେ ବାରିପଦାରେ ଏକ ଅଘଟଣ ଘଟିଛି।  ଗାଡ଼ି ଚେକିଂ ବେଳେ ବାଇକ୍ ଧକ୍କାରେ ଟାଉନ୍ ଥାନା ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲ’ କଲେଜ ସମ୍ମୁଖରେ ଏମଭିଆଇ ଚେକିଂ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଚେକିଂ ଚାଲିଥିବାବେଳେ ଖସିବାକୁ ଉଦ୍ୟମ କରୁଥିବା ଏକ ବାଇକ୍ ଏସ୍‌ଆଇ ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲା ।

Advertisment

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୟୂରଭଞ୍ଜ ଜିଲ୍ଲା ଏସ୍‌ପି  ସ୍ମିତ ପରମାର ପୁରୁଷୋତ୍ତମ ଦାସ ମେଡିକାଲ ଯାଇ ଘଟଣା ସମ୍ପର୍କରେ ବୁଝିଥିଲେ। ଏଥିସହ ମୃତକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ।

ଦୁର୍ଘଟଣା ଘଟାଇଥିବା ୨ ବାଇକ୍ ଆରୋହୀଙ୍କୁ  ପୁଲିସ୍ ଅଟକ ରଖିଛି। ଆଜି  ଶବ ବ୍ୟବଚ୍ଛେଦ ପରେ ଏସ୍‌ଆଇ ଦୟାନିଧି ଦାସଙ୍କୁ ବାରିପଦା ପୁଲିସ୍‌ ରିଜର୍ଭ ପଡ଼ିଆରେ ଗାର୍ଡ ଅଫ୍‌ ଅନର ଦିଆଯିବ। ଏହାପରେ ମୃତଦେହ ପରିବାର ଲୋକଙ୍କୁ  ହସ୍ତାନ୍ତର କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ