Advertisment

Bargarh Dhanu Yatra: ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ତାରିଖ ଘୋଷଣା, ଏଇ ଦିନଠାରୁ ଆରମ୍ଭ

ଜାନୁଆରୀ ୩ ପର୍ଯ୍ୟନ୍ତ ଚାଲିବ ଧନୁଯାତ୍ରା। ସ୍ବତନ୍ତ୍ର ଭାବେ ଅନୁଷ୍ଠିତ ବୈଠକରେ ତାରିଖ ଘୋଷଣା। ୧୧ ଦିନ ଧରି ଚାଲିବ ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଏଥର ନୂଆ କରି ଚୟନ ହେବେ ସମସ୍ତ କଳାକାର।

DHANU-JATRA

DHANU-JATRA Photograph: (OTV)

Advertisment

ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା (Bargarh Dhanu Yatra) ପାଇଁ ତାରିଖ ଘୋଷଣା। ଡିସେମ୍ବର ୨୪ରୁ ଧନୁଯାତ୍ରାରେ ଦୁଲୁକିବ ବରଗଡ଼ ସହର। ଜାନୁଆରୀ ୩ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ। ସ୍ବତନ୍ତ୍ର ଭାବେ ଅନୁଷ୍ଠିତ ବୈଠକରେ ଧନୁଯାତ୍ରା ନେଇ ତାରିଖ ଘୋଷଣା ହୋଇଛି। ଏଥର ଧନୁଯାତ୍ରା ପାଇଁ ନୂଆ କରି ଚୟନ ହେବେ କଂସ ମହାରାଜା ସମେତ ପାତ୍ର, ମନ୍ତ୍ରୀ ଓ ପ୍ରମୁଖ କଳାକାର

Advertisment

ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ସର୍ବସମ୍ମତିରେ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଧନୁଯାତ୍ରାର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ। ଚଳିତବର୍ଷ ମଧ୍ୟ କଂସ ଚୟନରେ ବିବାଦ ଘେରରେ ଥିବା ହୃଷିକେଶ ସାମିଲ ହୋଇପାରିବେ ନାହିଁ ।

ଅଧିକ ଦେଖନ୍ତୁ:

Bargarh Dhanu Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ