Advertisment

ଡିସେମ୍ବର ୧୨ ତାରିଖରେ ବାର ଆସୋସିଏସନ୍ ନିର୍ବାଚନ

ଭୁବନେଶ୍ୱର: ଡିସେମ୍ବର ୧୨ ତାରିଖରେ ବାର ଆସୋସିଏସନ୍ ନିର୍ବାଚନ ହେବ। ରାଜ୍ୟର ସବୁ ବାର ଆସୋସିଏସନ ନିର୍ବାଚନ ଲାଗି ଆସନ୍ତା ଡିସେମ୍ବର ୧୨ ତାରିଖ ଧାର୍ଯ୍ୟ ହୋଇଛି। ନିର୍ବାଚନ ଲାଗି ରାଜ୍ୟ କାଉନସିଲ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏଥିଲାଗି ଆସନ୍ତା ଅକ୍ଟୋବର ୨୪ ତାରିଖରୁ ୨୫ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୭ ତାରିଖରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୨୮ ତାରିଖ ଅପରାହ୍ନ ୩ଟା […]

ଡିସେମ୍ବର ୧୨ ତାରିଖରେ ବାର ଆସୋସିଏସନ୍ ନିର୍ବାଚନ

ssws

Advertisment

ଭୁବନେଶ୍ୱର: ଡିସେମ୍ବର ୧୨ ତାରିଖରେ ବାର ଆସୋସିଏସନ୍ ନିର୍ବାଚନ ହେବ। ରାଜ୍ୟର ସବୁ ବାର ଆସୋସିଏସନ ନିର୍ବାଚନ ଲାଗି ଆସନ୍ତା ଡିସେମ୍ବର ୧୨ ତାରିଖ ଧାର୍ଯ୍ୟ ହୋଇଛି। ନିର୍ବାଚନ ଲାଗି ରାଜ୍ୟ କାଉନସିଲ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।

Advertisment

ଏଥିଲାଗି ଆସନ୍ତା ଅକ୍ଟୋବର ୨୪ ତାରିଖରୁ ୨୫ ତାରିଖ ମଧ୍ୟରେ ନାମାଙ୍କନ ଦାଖଲ କରାଯିବ। ୨୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୭ ତାରିଖରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୨୮ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ପ୍ରତ୍ୟାହାର ଲାଗି ଦିନ ଧାର୍ଯ୍ୟ ହୋଇଛି।

ଏହାପରେ ସେହିଦିନ ଅପରାହ୍ନ ୪ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୧୨ ତାରିଖ ଦିନ ସକାଳୁ ୮ଟାରୁ ୪ଟା ମଧ୍ୟରେ ଭୋଟଗ୍ରହଣ ହେବ। ସେହିଦିନ ଅପରାହ୍ନ ୫ଟାରେ ଭୋଟ ଗଣତି ହେବ। ଗତ ମାର୍ଚ୍ଚ ମାସରେ ହେବାକୁ ଥିବା ନିର୍ବାଚନ କରୋନା ଯୋଗୁଁ ବନ୍ଦ ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ