Advertisment

ଘର ଭିତରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଘର ଭିତରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସନ୍ଦେହଜନକ ଭାବେ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୁଲିସ। ମୃତ ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ଆର. ରଞ୍ଜିତା ରାଓ ବୋଲି ଜଣାପଡ଼ିଛି । ସେ ଅବିବାହିତା ଥିଲେ ଓ ବରମୁଣ୍ଡା ହାଉସିଂବୋର୍ଡ କଲୋନୀର MIG-51 ଭଡ଼ାଘରେ  ବାପା-ମାଆଙ୍କ ସହ ରହୁଥିଲେ। ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି। ମୃତ ରଞ୍ଜିତା ରାଓ ଅଶୋକନଗର ୟୁକୋ […]

ଘର ଭିତରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

bank

Advertisment

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଘର ଭିତରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସନ୍ଦେହଜନକ ଭାବେ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୁଲିସ। ମୃତ ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ଆର. ରଞ୍ଜିତା ରାଓ ବୋଲି ଜଣାପଡ଼ିଛି । ସେ ଅବିବାହିତା ଥିଲେ ଓ ବରମୁଣ୍ଡା ହାଉସିଂବୋର୍ଡ କଲୋନୀର MIG-51 ଭଡ଼ାଘରେ  ବାପା-ମାଆଙ୍କ ସହ ରହୁଥିଲେ। ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି।

Advertisment

ମୃତ ରଞ୍ଜିତା ରାଓ ଅଶୋକନଗର ୟୁକୋ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ଥିଲେ। ହେଲେ ମୃତ୍ୟୁର କାରଣ କଣ ଏଯାଏ ଜଣାପଡିନାହିଁ । ମୃତ୍ୟୁ ପଛରେ କଣ ରହସ୍ୟ ରହିଛି ପୁଲିସ୍‌ ଖୋଳତାଡ଼ ଜାରି ରଖିଛି ।

ତେବେ ୟୁକୋ ବ୍ୟାଙ୍କ ମ୍ୟାନେଜର ଆର୍.ରଂଜିତା ରାଓଙ୍କ ଏଭଳି ଅପମୃତ୍ୟୁ ହେଲା କାହିକିଁ ? କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ? ତାକୁ ନେଇ ଆଶଙ୍କା ଦେଖାଦେଇଥିବାବେଳେ ମୃତ୍ୟୁ ପୂର୍ବରୁ ସୋଶାଲ୍ ସାଇଟ୍‌ରେ ତାଙ୍କର କିଛି ପୋଷ୍ଟକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ମୃତ୍ୟୁ ପୂର୍ବରୁ ସେ ବେଶ୍ ଉଦାସୀନ ଥିବା ତାଙ୍କ ପୋଷ୍ଟରୁ ଜଣାପଡ଼ୁଛି।

Advertisment

ଗତକାଲି ଅପରାହ୍ନ ୩ଟା ୧୮ ମିନିଟ୍‌ରେ ବଲିଉଡ୍ ମୁଭି 'ମେରି ପ୍ୟାରି ବିନ୍ଦୁ'ର ଏକ ଗୀତକୁ ସେୟାର କରିଥିଲେ ସୋଶାଲ୍ ସାଇଟ୍‌ରେ। ତାପୂର୍ବରୁ ମଧ୍ୟ ଜୀବନ ଏବଂ ମୃତ୍ୟୁକୁ ନେଇ ଭିନ୍ନ ଭିନ୍ନ ପୋଷ୍ଟ ଗୁଡ଼ିକ ଦେଖିବାକୁ ମିଳିଛି ସୋଶାଲ୍ ମିଡ଼ିଆର ତାଙ୍କ ଟାଇମ୍ ଲାଇନ୍‌ରେ। ପରିବାର ଲୋକେ ବି ଜାଣିପାରୁନାହାଁନ୍ତି ମୃତ୍ୟୁ ପଛର କାରଣ। ରଂଜିତାଙ୍କ ବାପାଙ୍କ କହିବା କଥା, କିଛି ଦିନ ହେଲା ସେ ଡିପ୍ରେସନ୍ ରହିବା ସହ ଭଲରେ ଖିଆପିଆ କରୁନଥିଲେ। ଗତ ୩ ମାସ ତଳେ ରଂଜିତା ଅଚେତ୍ ମଧ୍ୟ ହୋଇଯାଇଥିଲେ ବୋଲି ତାଙ୍କ ବାପା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ