Advertisment

ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ଲୁଟି ନେଲେ ବାଇକ୍

ବାଲେଶ୍ୱର : ବାଲେଶ୍ୱରରେ ଚାଞ୍ଚଲ୍ୟ। ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ଲୁଟି ନେଲେ ବାଇକ୍। ଆଜି ଅପରାହ୍ନରେ ସଦର ଥାନା ଧୂଷୁଳି ନିକଟରେ ବ୍ୟାଙ୍କ ଏଜେଣ୍ଟଙ୍କ ହାତକୁ ହାଣି ଫେରାର ହୋଇଯାଇଛନ୍ତି ତିନି ଜଣ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛିା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଟଙ୍କା ନେବା ପାଇଁ ବ୍ୟାଙ୍କ ଏଜେଣ୍ଟକୁ ହାଣି ଥିଲେ ହେଲେ ଟଙ୍କା ନେଇ ନପାରି ବାଇକ୍ ନେଇ ପଳାଇଛନ୍ତି। ସୂଚନା ଅନୁଯାୟୀ, ଚାନ୍ଦିପୁର […]

ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ଲୁଟି ନେଲେ ବାଇକ୍

bank agent

Advertisment

ବାଲେଶ୍ୱର : ବାଲେଶ୍ୱରରେ ଚାଞ୍ଚଲ୍ୟ। ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ଲୁଟି ନେଲେ ବାଇକ୍। ଆଜି ଅପରାହ୍ନରେ ସଦର ଥାନା ଧୂଷୁଳି ନିକଟରେ ବ୍ୟାଙ୍କ ଏଜେଣ୍ଟଙ୍କ ହାତକୁ ହାଣି ଫେରାର ହୋଇଯାଇଛନ୍ତି ତିନି ଜଣ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛିା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଟଙ୍କା ନେବା ପାଇଁ ବ୍ୟାଙ୍କ ଏଜେଣ୍ଟକୁ ହାଣି ଥିଲେ ହେଲେ ଟଙ୍କା ନେଇ ନପାରି ବାଇକ୍ ନେଇ ପଳାଇଛନ୍ତି।

Advertisment

ସୂଚନା ଅନୁଯାୟୀ, ଚାନ୍ଦିପୁର ଥାନା ଅଧୀନସ୍ଥ ଝଗଡ଼ପାରି ଅଞ୍ଚଳର ବିଦ୍ୟାଧର ସାମଲ ନାମକ ଜଣେ ଯୁବକ ସ୍ଥାନୀୟ ସମବାୟ ସମିତି ଜଣେ କର୍ମଚାରୀ। ସେ ଆଜି କଲେକ୍ସନ ପାଇଁ ଯାଇଥିଲେ। ତେବେ ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଧୂଷୁଳି ଓ ବାଲିପାଳ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ଏହି ସମୟରେ ବିଦ୍ୟାଧର ବିରୋଧ କରିଥିଲେ।

ଦୁର୍ବୃତ୍ତମାନେ ତାଙ୍କ ଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ସେ ନଦେବାରୁ ତାଙ୍କୁ ପିଟାମରା କରିଥିଲେ। ଏହି ସମୟରେ ବିଦ୍ୟାଧର ତଳେ ପଡ଼ିଯିବାରୁ ଦୁର୍ବୃତ୍ତମାନେ ତାଙ୍କ ବାଇକ୍‌ ଛଡ଼ାଇ ନେଇ ପଳାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ