Titilagarh-Fake-Sim Photograph: (OTV)
ଚାଲିଥିଲା ମହିଳାଙ୍କ ଇଜ୍ଜତର ସଉଦା । ନଗ୍ନ ଫଟୋ ପଠାଇ ମାଗୁଥିଲା ଟଙ୍କା । ଦେଢବର୍ଷ ଧରି ଅଶ୍ଳୀଳ ଫଟୋର ଦଲାଲ ଥିଲା ଅଙ୍କୁର । ନକଲି ସିମରେ ଚାଲିଥିଲା ଟଙ୍କା କରବାରର କଥାବାର୍ତ୍ତା । ଫେକ୍ ସିମ ବ୍ୟବହାର କରି, ମହିଳା ମାନଙ୍କର ନଗ୍ନ ଫଟୋ ପଠାଇ, ଅନେକ ପରିବାରକୁ ବ୍ଳାକମେଲ କରୁଥିଲା । ଖାଲି ସେତିକି ନୁହେଁ, ବ୍ଳାକମେଲ କରି ସଫଳ ନହେଲା ପରେ, ଜେଣ ହୋଟେଲ ବ୍ୟବସାୟୀକୁ ବିନା ନମ୍ବର ବୋଲେରୋ, ଧକ୍କା କରି ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ । ଖାଲି ସେତିକି ନୁହେଁ, ଟଙ୍କା ନପାଇଲେ ମହିଳାଙ୍କ ସ୍ବାମୀଙ୍କୁ ବିନା ନମ୍ବର ଗାଡ଼ି ଚଢ଼ାଇ ମାରିବାକୁ ମଧ୍ୟ ନପଛାଉ ନଥିଲା । ଯାହାର ସିସିଟିଭି ଭିଡିଓ ଆପଣଙ୍କ ଆଖି ସାମ୍ନାରେ । ଏବେ ଶୁଣନ୍ତୁ ଏହି ଘଟଣାକୁ ନେଇ କ’ଣ କହୁଛନ୍ତି ଦୁର୍ଘଟଣାର ଶିକାର ହୋଟେଲ ବ୍ୟବସାୟୀ ଶିବଲାଲ ଜୈନ ।
ଆଳୁ ଖୋଲୁ ଖୋଲୁ ମହାଦେବ ପାଇଥିଲା ପୋଲିସ । ବିନା ନମ୍ବର ବୋଲେରୋ ଖୋଜୁ ଖୋଜୁ , ସନ୍ଦେହକୁ ଆସିଥିଲା ଅଙ୍କୁର ଅଗ୍ରୱାଲ । ଅନ୍ୟ ଦୁଇଜଣଙ୍କ ସହିତ, ଅଙ୍କୁରକୁ ଉଠାଇଥିଲା ପୋଲିସ । ଦୁଇରୁ ତିନି ଦିନ ଧରି, ଗୋଟିଏରୁ ଆଉ ଗୋଟିଏ ଜାଗାକୁ ନେଇ, ପ୍ରମାଣ ଯୋଗାଡ କରିଥିଲା ବଲାଙ୍ଗିର ପୋଲିସ । ଶେଷରେ ଜଣାପଡିଥିଲା, ଅଙ୍କୁର ଅଗ୍ରୱାଲେର ସେହି ଅପରାଧିକ ଚେହେରା । ଅଙ୍କୁର ବିରୋଧରେ ଟିଟିଲାଗଡ ଥାନାରେ, ହତ୍ୟା ଉଦ୍ୟମ ଓ ମହିଳାଙ୍କ ନଗ୍ନ ଫଟୋ ପଠାଉଥିବାରୁ, ବି.ଏନ.ଏସ ୧୦୯, ୬୧(୨), ୬୭ (A) ଭଳି ସଂଗୀନ ଦଫାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୋଲିସ । ଏବେ ଶୁଣନ୍ତୁ ଘଟଣାକୁ ନେଇ କଣ କହୁଛନ୍ତି ସରକାରୀ ଓକିଲ ଓ ସ୍ଥାନୀୟ ବୁଦ୍ଧିଜୀବି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/10/titilagarh-fake-sim-2025-10-10-13-39-11.jpg)