Advertisment

ଗିରଫ ହେଲେ ଏସ୍‌ପ୍ଲାନେଡ୍‌ ସେଲ୍‌ସ ମ୍ୟାନେଜର

ଭୁବନେଶ୍ୱର : ଏସ୍‌ପ୍ଲାନେଡ୍ ମଲ୍‌ରେ ବେଆଇନ୍ ପାର୍କିଂ ଫି’ ଆଦାୟ ନେଇ ଖବର ସଂଗ୍ରହ ବେଳେ ମହିଳା ସାମ୍ବାଦିକ ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ କମିଶନରେଟ ପୁଲିସ ମଲ୍‌ର ସେଲ୍‌ସ ମ୍ୟାନେଜର ଶ୍ୟାମା ଝା’ଙ୍କ ସମେତ ୨ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଭୁବନେଶ୍ୱର ରସୁଲଗଡ଼ରେ ଛିଡ଼ା ହୋଇଛି ଏସ୍‌ପ୍ଲାନେଡ୍‌ ମଲ୍‌। ଏଠାରେ ବେଆଇନ୍‌ ଭାବେ ପାର୍କିଂ ଫି’ ଆଦାୟ ହେଉଥିଲା। ଏ ସମ୍ପର୍କରେ ଖବର ସଂଗ୍ରହ କରିବା […]

ଗିରଫ ହେଲେ ଏସ୍‌ପ୍ଲାନେଡ୍‌ ସେଲ୍‌ସ ମ୍ୟାନେଜର

sha

Advertisment

ଭୁବନେଶ୍ୱର : ଏସ୍‌ପ୍ଲାନେଡ୍ ମଲ୍‌ରେ ବେଆଇନ୍ ପାର୍କିଂ ଫି’ ଆଦାୟ ନେଇ ଖବର ସଂଗ୍ରହ ବେଳେ ମହିଳା ସାମ୍ବାଦିକ ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ କମିଶନରେଟ ପୁଲିସ ମଲ୍‌ର ସେଲ୍‌ସ ମ୍ୟାନେଜର ଶ୍ୟାମା ଝା’ଙ୍କ ସମେତ ୨ ଜଣ କର୍ମଚାରୀଙ୍କୁ ଗିରଫ କରିଛି।

Advertisment

ଭୁବନେଶ୍ୱର ରସୁଲଗଡ଼ରେ ଛିଡ଼ା ହୋଇଛି ଏସ୍‌ପ୍ଲାନେଡ୍‌ ମଲ୍‌। ଏଠାରେ ବେଆଇନ୍‌ ଭାବେ ପାର୍କିଂ ଫି’ ଆଦାୟ ହେଉଥିଲା। ଏ ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ଗତକାଲି ସାଞ୍ଜ ବେଳେ ୱେବ ଚ୍ୟାନେଲ ‘ଅର୍ଗସ’ର ପ୍ରତିନିଧି ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନ୍‌ ଯାଇଥିଲେ। ସେହି ସମୟରେ ସପିଂ ମଲ୍ ସୁରକ୍ଷାକର୍ମୀ, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପାଇ ଉଭୟଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏପରିକି ବୁମ୍ ଛଡାଇ ଦୁହିଁଙ୍କୁ ଏକ କୋଠରୀରେ ବନ୍ଦ କରି ଦେଇଥିଲେ। ଉକ୍ତ ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଆଜି ସକାଳେ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଏସପ୍ଲାନେଡ୍ ଫାଟକ ଆଗରେ ଏକାଠି ହୋଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ସହ ଧାରଣା ଦେଇଥିଲେ।

Advertisment

ସେପଟେ ମହିଳା ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାରେ କମିଶନରେଟ ପୁଲିସ ମଲର ସେଲ୍‌ସ ମ୍ୟାନେଜର ଶ୍ୟାମା ଝା ଓ ଅନ୍ୟ ଦୁଇଜଣ କର୍ମଚାରୀଙ୍କୁ ଗିରଫ କରିଛି। ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ଘଟଣା ସମୟର ସିସିଟିଭି ଫୁଟେଜ୍ ଓ କ୍ୟାମେରା ଭିଜୁଆଲର ଯାଞ୍ଚ ଚାଲିଛି। ତେବେ ଏଠି ପ୍ରଶ୍ନ-ଗତ ଅକ୍ଟୋବର ୧୬ ତାରିଖରୁ ରାଜଧାନୀରେ ସପିଂ ମଲ୍ ଗୁଡ଼ିକରେ ପାର୍କିଂ ଫି’ ଆଦାୟ ନକରିବାକୁ BDAର ସ୍ପଷ୍ଟ ନିର୍ଦ୍ଦେଶନାମା ଦେଇଥିବା ସତ୍ତ୍ୱେ କେମିତି ଏସ୍‌ପ୍ଲାନେଡ୍‌ରେ ଏତେ ଦିନ ଧରି ଆଦାୟ ହେଉଥିଲା ପାର୍କିଂ ଫି? କାହିଁକି ମଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିଲା BDA ?

ଅଭିଯୋଗ ହେଉଛି କି ଉଭୟ ମଲ୍ କର୍ତ୍ତୃପକ୍ଷ ଓ ବିଡିଏର ସଲାସୁତୁରାରେ ଚାଲିଛି ଏହି ବେଆଇନ୍‌ କାମ। ତେଣେ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ମଲ୍‌ କର୍ତ୍ତୃପକ୍ଷ ଫି’ ଆଦାୟ ନେଇ ହାଇକୋର୍ଟ ଅର୍ଡର ରଖିଥିବା କହିଛନ୍ତି। ଆସନ୍ତାକାଲି ସେ ଏହାର ତର୍ଜମା କରିବେ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ