Advertisment

ଶିଖ୍ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାରେ ପୁଲିସର ତଦନ୍ତକୁ ନେଇ ବଢୁଛି ବିତର୍କ

ଭୁବନେଶ୍ୱର : ରାଜଧାନୀରେ ଶିଖ୍ ବ୍ୟକ୍ତି ପରବିନ୍ଦର ପାଲ ସିଂଙ୍କୁ ଆକ୍ରମଣ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ବିତର୍କ । ପରବିନ୍ଦରଙ୍କ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଏବଂ ପଗଡ଼ିକୁ ଅସମ୍ମାନ କରାଯାଇଥିବାରୁ ୨୯୫ A ଲଗାଇବାକୁ କୋର୍ଟରେ ଆବେଦନ କରାଯିବ । ଅନ୍ୟପଟେ ପୁଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ। ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଟ୍ୱିଟ୍ କରି କହିଛନ୍ତି ଏହି […]

ଶିଖ୍ ବ୍ୟକ୍ତିଙ୍କୁ ଆକ୍ରମଣ ଘଟଣାରେ ପୁଲିସର ତଦନ୍ତକୁ ନେଇ ବଢୁଛି ବିତର୍କ

gunda

Advertisment

ଭୁବନେଶ୍ୱର : ରାଜଧାନୀରେ ଶିଖ୍ ବ୍ୟକ୍ତି ପରବିନ୍ଦର ପାଲ ସିଂଙ୍କୁ ଆକ୍ରମଣ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ବଢୁଛି ବିତର୍କ । ପରବିନ୍ଦରଙ୍କ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଏବଂ ପଗଡ଼ିକୁ ଅସମ୍ମାନ କରାଯାଇଥିବାରୁ ୨୯୫ A ଲଗାଇବାକୁ କୋର୍ଟରେ ଆବେଦନ କରାଯିବ ।

Advertisment

ଅନ୍ୟପଟେ ପୁଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ। ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଟ୍ୱିଟ୍ କରି କହିଛନ୍ତି ଏହି ଘଟଣା ଧୀରେ ଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ପୁଲିସ ଚାପରେ ନଆସି ନିରପେକ୍ଷ ତଦନ୍ତ କରି ଲୋକଙ୍କ ମନରୁ ଆଶଙ୍କାକୁ ଦୂର କରୁ।

ସେହିପରି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ ଏହି ମାମଲାରେ କାହିଁକି ଦଫା ୩୦୭ ଲଗାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ପୂର୍ବତନ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି ପଗଡ଼ିକୁ ଅସମ୍ମାନର ପ୍ରମାଣ ଥିଲେ ଅତିରିକ୍ତ ଚାର୍ଜସିଟରେ ପୁଲିସ ଏହାକୁ ଦର୍ଶାଇପାରିବ ।

Advertisment

ଗତ ୧୪ରେ ପରବିନ୍ଦରଙ୍କୁ ଆକ୍ରମଣ ହୋଇଥିଲା  ଘଟଣା ଦିନ ୨ଜଣ ଓ ପରଦିନ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ପୁଲିସର କୋହଳ ଦଫା ଯୋଗୁ ଗିରଫର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟରୁ ଜାମିନ ମିଳିଯାଇଥିବା ଅଭିଯୋଗ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ