Advertisment

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚ ସ୍ୱାମୀଙ୍କୁ ଭୂଜାଲିରେ ଆକ୍ରମଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ନାଁ କମଳଲୋଚନ ପଣ୍ଡା। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ସରପଞ୍ଚ ସୁଲୋଚନା ପଣ୍ଡାଙ୍କ ସ୍ୱାମୀ କମଳଲୋଚନ ସକାଳେ ପାଖ ମନ୍ଦରରେ ବସି ଜାତକ ବିଚାର କରୁଥିଲେ। ଏହି ସମୟରେ ସେହି ଗାଁର ସୁକଦେବ ବାରିକ ନାମକ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ଦୁହିଁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା […]

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚ ସ୍ୱାମୀଙ୍କୁ ଭୂଜାଲିରେ ଆକ୍ରମଣ

police

Advertisment

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାଉଡା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ତାଙ୍କ ନାଁ କମଳଲୋଚନ ପଣ୍ଡା। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଖବର ଅନୁଯାୟୀ, ସରପଞ୍ଚ ସୁଲୋଚନା ପଣ୍ଡାଙ୍କ ସ୍ୱାମୀ କମଳଲୋଚନ ସକାଳେ ପାଖ ମନ୍ଦରରେ ବସି ଜାତକ ବିଚାର କରୁଥିଲେ। ଏହି ସମୟରେ ସେହି ଗାଁର ସୁକଦେବ ବାରିକ ନାମକ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ। ଦୁହିଁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଏହାକୁ କେନ୍ଦ୍ରକରି ସୁକଦେବ କମଳଲୋଚନକୁ ଭୂଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ କମଳଲୋଚନକୁ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁକଦେବଙ୍କୁ ଗିରଫ କରିବା ସହିତ ବ୍ୟବହାର ହୋଇଥିବା ଭୂଜାଲିକୁ ମଧ୍ୟ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ