market building
ଭୁବନେଶ୍ୱର : ରାଜଧାନୀ ଛାତି ଉପରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ମୁଖା ପିନ୍ଧା ଯୁବକ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜନଗହଳିପୂର୍ଣ୍ଣ ମାର୍କେଟ ବିଲଡିଂ ଅଞ୍ଚଳରେ ଏଭଳି ଗୁଣ୍ଡାରାଜ ଦେଖିବାକୁ ମିଳିଛି ।
/odishatv-khabar/media/post_attachments/wp-content/uploads/2020/01/2-3.jpg)
ହାତରେ ହକିଷ୍ଟିକ, ଠେଙ୍ଗା ଓ ଭୂଜାଲି ଧରି ୨୦ରୁ ଅଧିକ ମୁଖାପିନ୍ଧା ଯୁବକ ହଠାତ୍ ମାର୍କେଟ୍ ବିଲ୍ଡିଂର ଏକ ମଲ ସାମ୍ନାରେ ଥିବା ଉଠା ଦୋକାନୀଙ୍କୁ ଆକ୍ରମଣ କରିଥିଲେ। ଦୋକାନୀ ବାଡ଼ାପିଟା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆକ୍ରମଣରେ ପ୍ରାୟ ୧୦୦ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଏମାନଙ୍କ ଉତ୍ପାତରେ ମାର୍କେଟରେ ଥିବା ସାଧାରଣ ଲୋକେ ଓ ଗ୍ରାହକ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ।
ଏତେ ଜନବହୁଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇବି ଅସାମାଜିକ ଯୁବକମାନେ ବେଶ୍ କିଛି ସମୟ ଧରି ଅରାଜକତା ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଏପଟେ ଖବର ପାଇ ପୁଲିସ ଓ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ଏହି ଘଟଣାରେ କ୍ୟାପିଟାଲ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/market-building_1626689576.jpg)