sbi
କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଟାଉନ ଥାନା ବଣିଆପାଟ ଛକ ନିକଟସ୍ଥ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ ହୋଇଛି। ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ଦୁର୍ବୃତ୍ତ ଜଣକ ଏଟିଏମ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲା କିନ୍ତୁ ସେଥିରେ ସଫଳ ହୋଇ ପାରି ନଥିଲା।
ସୂଚନା ଅନୁସାରେ, ଏଟିଏମ୍ ଭିତରୁ ଶବ୍ଦ ଶୁଭିବାରୁ ନିକଟସ୍ଥ ଜିମ୍ରୁ ଜଣେ ବ୍ୟକ୍ତି ଆସି ସେଠାରେ କିଏ ବୋଲି ପ୍ରଶ୍ନ କରିଥିଲେ ଓ ପୁଲିସ ପୁଲିସ ବୋଲି ଡାକିଥିଲେ। ଏହାପରେ ଦୁର୍ବୃତ୍ତ ଜଣକ ତାଙ୍କୁ ଆକ୍ରମଣ କରି ଫେରାର୍ ହୋଇଯାଇଥିବା ବ୍ୟକ୍ତି ଜଣକ କହିଛନ୍ତି।
ତେବେ ଖବର ସଂଗ୍ରହ ପର୍ଯ୍ୟନ୍ତ ସେଠାରେ ପୁଲିସ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sbi_1626336874.jpg)