Advertisment

ଫୁଙ୍ଗୁଳା ଲାଗୁଛି ବ୍ଲାକ୍‌ ପାଗୋଡ଼ା ! ଟ୍ୱିଟରରେ ଚର୍ଚ୍ଚା

ଭୁବନେଶ୍ୱର : ଏଏସ୍ଆଇ ତୁମେ ଆମ ପ୍ରିୟ କୋଣାର୍କର ଏକି ଅବସ୍ଥା କଲ, କଳାକୃତି ସବୁ କୁଆଡ଼େ ଗଲା। ଏମିତି କେତେସବୁ ପ୍ରଶ୍ନ ସହ #Konark ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଏଭଳି ପ୍ରଶ୍ନ ଉଠିଛି ଖୋଦ୍‌ ଆର୍କେଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ର ଏକ ଟ୍ୱିଟ୍‌କୁ ନେଇ। ଏଏସ୍‌ଆଇ ଲୁହାଭାର ଓହ୍ଲାଇବା ପରେ କୋଣାର୍କ କିଭଳି ଦେଖାଯାଉଛି ଦର୍ଶାଇ କିଛି ଫଟୋ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ନା ଅଛି ନର୍ତ୍ତକୀଙ୍କ ନୃତ୍ୟମୁଦ୍ରା ନା ବାରଶ’ ବଢ଼େଇଙ୍କ […]

ଫୁଙ୍ଗୁଳା ଲାଗୁଛି ବ୍ଲାକ୍‌ ପାଗୋଡ଼ା ! ଟ୍ୱିଟରରେ ଚର୍ଚ୍ଚା

konark

Advertisment

ଭୁବନେଶ୍ୱର : ଏଏସ୍ଆଇ ତୁମେ ଆମ ପ୍ରିୟ କୋଣାର୍କର ଏକି ଅବସ୍ଥା କଲ, କଳାକୃତି ସବୁ କୁଆଡ଼େ ଗଲା। ଏମିତି କେତେସବୁ ପ୍ରଶ୍ନ ସହ #Konark ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଏଭଳି ପ୍ରଶ୍ନ ଉଠିଛି ଖୋଦ୍‌ ଆର୍କେଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ର ଏକ ଟ୍ୱିଟ୍‌କୁ ନେଇ। ଏଏସ୍‌ଆଇ ଲୁହାଭାର ଓହ୍ଲାଇବା ପରେ କୋଣାର୍କ କିଭଳି ଦେଖାଯାଉଛି ଦର୍ଶାଇ କିଛି ଫଟୋ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ନା ଅଛି ନର୍ତ୍ତକୀଙ୍କ ନୃତ୍ୟମୁଦ୍ରା ନା ବାରଶ’ ବଢ଼େଇଙ୍କ ନିହାଣର କାହାଣୀ କହୁଥିବା ଅନ୍ୟସବୁ ମୂର୍ତ୍ତି।

Advertisment

ସୂଚନାଯୋଗ୍ୟ ଯେ, ବ୍ଲାକପାଗୋଡ଼ା କୁହାଯାଉଥିବା ବିଶ୍ୱର ଅନ୍ୟତମ ସର୍ବ ଶ୍ରେଷ୍ଠ କୀର୍ତ୍ତି କୋଣାର୍କର ସୁରକ୍ଷା ପାଇଁ ଲୁହାଭାର ଦିଆଯାଇଥିଲା। ମରାମତି ଓ ସୁରକ୍ଷା କାର୍ଯ୍ୟ ନାମରେ ଅତୀତରେ ବେଶ କିଛି ମୂର୍ତ୍ତି ଅନ୍ୟସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ କୋଣାର୍କର ଯେଉଁ ଫଟୋ ଆସିଛି, ସଂସ୍କୃତିପ୍ରେମୀ ତା’କୁ ନେଇ ପ୍ରଶ୍ନ ଉଠାଇଛନ୍ତି। କେବଳ ଟ୍ୱିଟରରେ ହିଁ ପ୍ରାୟ ୫ ହଜାର ଲୋକ ଏ ସମ୍ପର୍କରେ ଟ୍ୱିଟ କରିସାରିଲେଣି।

Advertisment

ତେବେ କିଛି ସଂସ୍କୃତି ପ୍ରେମୀଙ୍କ କହିବା ଅନୁଯାୟୀ, ଏବେ ଭାଇରାଲ ହେଉଥିବା ତୁଳନାତ୍ମକ ଫଟୋ ଗୋଟିଏ ପଟର ନୁହେଁ। ବିଭିନ୍ନ ସମୟରେ କୋଣାର୍କର ଭଗ୍ନାଂଶ ଯଦିଓ ଅବହେଳିତ ଭାବେ ରଖାଯାଇଛି, ବର୍ତ୍ତମାନର ଟ୍ରେଣ୍ଡ ଭ୍ରମାତ୍ମକ। ଯେଉଁ ପଟେ କାରୁକାର୍ଯ୍ୟ ନାହିଁ ତାହା ବହୁତ ଦିନ ଆଗରୁ ହିଁ ନାହିଁ। ଅବହେଳାକୁ ନେଇ ସ୍ୱର ଉଠିବା କଥା, କିନ୍ତୁ ପ୍ରକୃତ ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରିବାକୁ ପରାମର୍ଶ ଆସିଛି।

Advertisment

ଏହା ପୂର୍ବରୁ କୋଣାର୍କର ୪ଟି ଫଟୋ ସହ ଏଏସ୍‌ଆଇ ଟ୍ୱିଟ୍‌ କରିଥିଲେ, “ଲୁହା ଭାର ବାହାର କରାଯିବା ପରେ କୋଣାର୍କ ସୂର୍ଯ୍ୟମନ୍ଦିରର ନୂଆ ଲୁକ୍‌।” ଏହା ପୂର୍ବରୁ ଶ୍ରୀମନ୍ଦିର ଚାରିପଟୁ ମଠ ସବୁ ଉଚ୍ଛେଦ କରାଯିବା ପରେ ‘ନୂଆ ଲୁକ୍‌’ ନେଇ କିଛି ଫଟୋ ଆସିଥିଲା। ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିର ବାର୍ତ୍ତାବହ କିଛି ମଠ ମାଟିରେ ମିଶିବା ପରେ ଏପରି ନୂଆ ଲୁକ୍‌କୁ ନେଇ ପ୍ରବଳ ବିରୋଧ ଆସିଥିଲା। ଏପରିକି ସେହି ସ୍ଥାନରେ ଜୋତା ଷ୍ଟାଣ୍ଡ ଭଳି ବ୍ୟବସାୟିକ ପ୍ରତିଷ୍ଠାନ କରାଯିବାକୁ ନେଇ ରାଜ୍ୟ ସରକାର ସମାଲୋଚନାର ଶରବ୍ୟ ହୋଇଥିଲେ। ଏବେ ଏଏସ୍‌ଆଇ କୋଣାର୍କକୁ ନେଇ ବିବାଦକୁ ଆସିଛି।

ବିଭିନ୍ନ ଲୋକଙ୍କ ମଧ୍ୟରେ ସଂଗୀତ ନିର୍ଦ୍ଦେଶକ ବିଶାଲ ଦଦ୍‌ଲାନୀ କହିଛନ୍ତି, ଏହା ଭାରତର ହିନ୍ଦୁ ଐତିହ୍ୟର ଅନ୍ୟତମ ଅଂଶ। କିଏ କହିଲା ତୁମ ଇଛାରେ ସବୁ ହଟେଇ ଦେବ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୱିଟ୍‌ କରି ଏହି ଘଟଣା ବାବଦରେ କଡ଼ା ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ