Nisha Moharana Photograph: (OTV)
ଯାତ୍ରା ମଞ୍ଚରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରି ଅକଳରେ ପଡ଼ିଥିବା ଆଇଟମ୍ ଡ୍ୟାନସର୍ ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ। ବଲାଙ୍ଗିର ଚନ୍ଦନଭାଟିରେ ଆପତ୍ତିଜନକ ଭାବେ ଅଙ୍ଗପ୍ରଦର୍ଶନ ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ନିଶା ମହାରଣା।
ନିଶାଙ୍କୁ ଧରିବା ପାଇଁ ଗତ ୨ଦିନ ହେଲା ଭୁବନେଶ୍ବର ଆସି ଡେରା ପକାଇଛି ବଲାଙ୍ଗିର ପୋଲିସ। ଗତ ୧୨ ତାରିଖରେ ଚନ୍ଦନଭାଟିର ଏକ ଯାତ୍ରା ମଞ୍ଚରେ ନିଶା ମହାରଣା ଅଶ୍ଲୀଳ ନୃତ୍ୟ ସହ ଆପତ୍ତିଜନକ ଭାବେ ଅଙ୍ଗପ୍ରଦର୍ଶନ କରିଥିଲେ।
ଏନେଇ ଚନ୍ଦନଭାଟି ଫାଣ୍ଡିର ASI ରଞ୍ଜିତ ପଧାନ ସଦର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିବା ସହ ୨ ଆୟୋଜକଙ୍କୁ ବାନ୍ଧିଥିଲା। ତା’ସହ ନିଶା ମହାରଣାଙ୍କୁ ଧରିବା ପାଇଁ ଭୁବନେଶ୍ବର ଆସିଥିଲା ବଲାଙ୍ଗିର ପୋଲିସର ଏକ ସ୍ବତନ୍ତ୍ର ମହିଳା ଟିମ୍।
ସେପଟେ ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିଥିବା ASI ରଞ୍ଜିତ ପଧାନଙ୍କ ବଦଳି। ଚନ୍ଦନଭାଟି ଫାଣ୍ଡିରେ ଥିବା ASI ରଞ୍ଜିତ ପଧାନଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ମଞ୍ଚ ତଳେ ବସି ନିଶା ମହାରଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖି ବିବାଦରେ ଥିଲେ ASI। ନିଶା ମହାରଣାଙ୍କ ପ୍ରୋଗ୍ରାମ୍ ଦିନ ନଡ଼ିଆ ବାଡ଼େଇ ମଞ୍ଚର ଶୁଭାରମ୍ଭ କରିଥିଲେ ରଞ୍ଜିତ ପଧାନ। ଯାହାର ଭିଡ଼ିଓ ସବୁ ଭାଇରାଲ୍ ହୋଇଥିଲା।
ନିଶାଙ୍କୁ ଘାରିଲା ଗିରଫଦାରୀ ଭୟ
ଆଇଟମ୍ ଡ୍ୟାନସର୍ ନିଶା ମହାରଣାଙ୍କୁ ଘାରିଲା ଗିରଫଦାରୀ ଭୟ
ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନିଶା
୨ଦିନ ହେଲା ଭୁବନେଶ୍ବର ଆସି ଡେରା ପକାଇଛି ବଲାଙ୍ଗିର ପୋଲିସ
ବଲାଙ୍ଗିର ଚନ୍ଦନଭାଟିରେ ଅଶ୍ଲୀଳ ନୃତ୍ୟ ମାମଲାରେ ଅଡ଼ୁଆରେ ନିଶା
ପୋଲିସ ମାମଲା ରୁଜୁ କରିବା ସହ ୨ ଆୟୋଜକଙ୍କୁ ବାନ୍ଧିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/nisha-moharana-2026-01-17-09-16-16.jpg)