Robbery Photograph: (OTV)
ମାତିଛନ୍ତି ଲୁଟେରା। ବନ୍ଧୁକ ଦେଖାଇ ନେଇଗଲେ ୪୦ ଭରି ସୁନା । ହାତ ଗୋଡ଼ ବାନ୍ଧି, ମାଡ଼ ମାରି ୪୦ ଭରି ସୁନା ଲୁଟ୍ ହୋଇଥିବା ଅଭିଯୋଗ । ଏମିତି ଘଟଣା ଘଟିଛି ବଣାଇ ଥାନା ହାଟପଦା ନିକଟରେ । ବିଧବା ମହିଳା ଓ ତାଙ୍କ ଝିଅକୁ ବାନ୍ଧି ଲୁଟି ନେଇଗଲେ ୫ ମୁଖାପିନ୍ଧା ଦୁର୍ବୃତ୍ତ । ଘରେ ଥିବା ଜଣେ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
୪୦ ଭରି ସୁନା ସହ ନଗଦ ୨୫ ଲକ୍ଷ ଟଙ୍କା ନେଇ ୫ ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ଘଟଣା ସ୍ଥଳରେ ପୋଲସି ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଖୁବଶୀଘ୍ର ଦୁର୍ବୃତ୍ତ ପଡ଼ିବେ ବୋଲି ସୂଚନା ଦେଇଛନ୍ତି ବଣାଇ ଥାନା SDPO ରାମ ଚନ୍ଦ୍ର ବିଶ୍ୱାଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/27/loot-2025-10-27-09-46-03.jpg)