Advertisment

ହୁତୁହୁତୁ ହୋଇ ଜଳୁଛି ସାରା ଓଡ଼ିଶାର ଜଙ୍ଗଲ

ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍‌ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ୧୨ ଦିନ ଧରି ଧରି ଯେଉଁ ସୁନ୍ଦରୀ ଶିମିଳିପାଳକୁ ନାଶ କରିଚାଲିଛି ସର୍ବଗିଳା ନିଆଁ, ଆଜି ଯାଏଁ ଆୟତ୍ତକୁ ଆସିପାରି ନାହିଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ଶିମିଳିପାଳ ଅଭୟାରଣ୍ୟର ୫୯୪ଟି ଜାଗାରେ ନିଆଁ ଲାଗିବା ସହ ସଙ୍କଟରେ ପଡ଼ିଯାଇଛନ୍ତି […]

ହୁତୁହୁତୁ ହୋଇ ଜଳୁଛି ସାରା ଓଡ଼ିଶାର ଜଙ୍ଗଲ

forest fire

Advertisment

ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍‌ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ୧୨ ଦିନ ଧରି ଧରି ଯେଉଁ ସୁନ୍ଦରୀ ଶିମିଳିପାଳକୁ ନାଶ କରିଚାଲିଛି ସର୍ବଗିଳା ନିଆଁ, ଆଜି ଯାଏଁ ଆୟତ୍ତକୁ ଆସିପାରି ନାହିଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା।

Advertisment

ଶିମିଳିପାଳ ଅଭୟାରଣ୍ୟର ୫୯୪ଟି ଜାଗାରେ ନିଆଁ ଲାଗିବା ସହ ସଙ୍କଟରେ ପଡ଼ିଯାଇଛନ୍ତି ବନ୍ୟପ୍ରାଣୀ। ତାସହ ବହୁ ଔଷଧୀୟ ବୃକ୍ଷରାଜି ବି ନଷ୍ଟ ହେବାରେ ଲାଗିଛିା ନିଆଁକୁ ଆୟତ୍ତ ପାଇଁ ବନ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ବି ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଡେଇଁ ଚାଲିଛି ବେକାବୁ ନିଆଁ।

ଏହି ଘଟଣାରେ ବାରିପଦା ଏସିଏଫ୍ ଦିଲ୍ଲୀପ କୁମାର ବାରିକ କହିଛନ୍ତି ନିଆଁ ରହିଲେ ଫାଙ୍କା ସ୍ଥାନକୁ ଜୀବଯନ୍ତୁ ଯିବେ ଆଉ ଶିକାରରେ ପଡ଼ିବେ। ତେଣୁ ଏଥିପାଇଁ ଆମର ଷ୍ଟାଫ୍ ରହିଛନ୍ତି ଜୀବନଯନ୍ତୁଙ୍କ ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି ଦିଲ୍ଲୀପ।

Advertisment

କେବଳ ଶିମିଳିପାଳ କାହିଁକି, ତିନିକୋଶିଆ ଏବଂ କୁଳଡିଆ ଅଭୟାରଣ୍ୟରେ ବି ଜାରି ରହିଛି ଅଗ୍ନିର ତାଣ୍ଡବ। ଏଠି ବି ସେହି ସମାନ ଦଶା। ବହୁମୂଲ୍ୟ ଗଛଲତା ସବୁ ଜଳିପୋଡ଼ି ଛାରଖାର ହୋଇଗଲାଣିା ଏଣେ ଖୋଦ୍ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଭଞ୍ଜନଗର ଅଂଚଳରେ ଛାରଖାର ହେବାକୁ ବସିଲାଣି ଜଙ୍ଗଲ। ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡର ପ୍ରାୟ ୬ଟି ବନାଞ୍ଚଳର ଜଙ୍ଗଲ ଜଳୁଛି ଗତ ୫ ଦିନ ହେଲା। ଫଳରେ ଜନବସତି ଅଞ୍ଚଳକୁ ଘେରିଗଲାଣି ବନାଗ୍ନି।

ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆର ରିପୋର୍ଟ କହୁଛି, ଯେ ଆଜି ସାରାଦେଶର ରେକର୍ଡ ଭାଙ୍ଗିଛି ଓଡ଼ିଶାର ବନାଗ୍ନି। କେବଳ ଶିମିଳିପାଳ କି ଭଞ୍ଜନଗର ନୁହେଁ, ରାଜ୍ୟର ମୋଟ୍ ୯୧୮ଟି ଜଙ୍ଗଲରେ ଆଜି ଜଳୁଛି ସର୍ବଗିଳା ନିଆ। କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ ଏବଂ ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ୨୬ଟି ଜିଲ୍ଲାରେ କେଉଁଠି ନା କେଉଁଠି ଜଳୁଛି ଜଙ୍ଗଲ। ତା ମଧ୍ୟରୁ ନୂଆପଡ଼ା, କଳହାଣ୍ଡି, ରାୟଗଡ଼ା, ସୁନ୍ଦରଗଡ଼, କନ୍ଧମାଳ, ଗଜପତି ଓ ମୟୂରଭଞ୍ଜରେ ପ୍ରକୋପ ଅଧିକ ରହିଛି।

Advertisment

ନାସା ପକ୍ଷରୁ ଜାରି କରାଯାଇଥିବା ଆଜିର ସାଟେଲାଇଟ୍ ଚିତ୍ର ବି ବୟାନ କରୁଛି, କେତେ ଉଗ୍ର ଓ ଭୟଙ୍କର ରୂପ ଧାରଣ କରିଛି ଓଡ଼ିଶାର ଜଙ୍ଗଲ ନିଆଁ। ସେପଟେ ଜଙ୍ଗଲ ଓ ପରିବେଶ ବିଭାଗ ସ୍ୱତନ୍ତ୍ର ସଚିବ ଗତ ୩ ତାରିଖରେ ଡିଏଫ୍ଓମାନଙ୍କୁ ଜଙ୍ଗଲ ନିଆଁ। ସଂପର୍କରେ ଚିଠି ଲେଖି ଉଦ୍‌ବେଗ ପ୍ରକାଶ କରିଛନ୍ତି। FSI ଦର୍ଶାଇଥିବା ସ୍ଥାନଗୁଡ଼ିକ ମଧ୍ୟରୁ କେବଳ ୬୦ ପ୍ରତିଶତ ସ୍ଥାନରେ ନିଆଁଲିଭା କ୍ଷେତ୍ରରେ ପଦକ୍ଷେପ ନିଆଯାଇପାରିଛି। ସବୁ ସ୍ଥାନରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିିବା ଦିଗରେ ପଦକ୍ଷେପ ନେବାକୁ ସେ ଦର୍ଶାଇଛନ୍ତି।

Fire In Similipal Forest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ