Advertisment

କଂଗ୍ରେସର ବ୍ୟବହାର ଅପରିପକ୍ୱ ବୋଲି କହିଲେ ଅପରାଜିତା

ଭୁବନେଶ୍ଵର : ଦେଶରେ ଟିକା ଯୋଗାଣରେ କୌଣସି ପାତରଅନ୍ତର କରାଯାଉ ନାହିଁ। ଜଣେ ବରିଷ୍ଠ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭ୍ୟାକ୍ସିନ୍ ଠିକ୍ ନୁହେଁ କହିବା ଦୁର୍ଭାଗ୍ୟଜନକ ଏବଂ ଏହା ଦେଶର ବୈଜ୍ଞାନିକ, ଗବେଷକଙ୍କ ପାଇଁ ଅପମାନ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା…

author-image
Pramod Behera
କଂଗ୍ରେସର ବ୍ୟବହାର ଅପରିପକ୍ୱ ବୋଲି କହିଲେ ଅପରାଜିତା

Untitled-1

ଭୁବନେଶ୍ଵର : ଦେଶରେ ଟିକା ଯୋଗାଣରେ କୌଣସି ପାତରଅନ୍ତର କରାଯାଉ ନାହିଁ। ଜଣେ ବରିଷ୍ଠ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭ୍ୟାକ୍ସିନ୍ ଠିକ୍ ନୁହେଁ କହିବା ଦୁର୍ଭାଗ୍ୟଜନକ ଏବଂ ଏହା ଦେଶର ବୈଜ୍ଞାନିକ, ଗବେଷକଙ୍କ ପାଇଁ ଅପମାନ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।   କଂଗ୍ରେସର ବ୍ୟବହାର ଅପରିପକ୍ୱ କହିବା ସହ ସାଂସଦ ଅପରାଜିତା ଷଡଙ୍ଗୀ ଟିକାକରଣ ନେଇ ଗବେଷକ ଓ ଫ୍ରଣ୍ଟଲାଇନ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତିଦିନ ଦେଶର ସମସ୍ତ ରାଜ୍ୟକୁ ଦିଲ୍ଲୀରୁ ଭ୍ୟାକ୍ସିନ୍ ପଠାଯାଉଛି।

Advertisment

ଲୋକଙ୍କୁ ବିଭ୍ରାନ୍ତ କରିବା, ମିଥ୍ୟା ଆତଙ୍କ ସୃଷ୍ଟିରୁ ବିରତ ରହୁ କଂଗ୍ରେସ ବୋଲି ଟାର୍ଗେଟ କରି କହିଛନ୍ତି ଅପରାଜିତା। କଂଗ୍ରେସରେ ଅନେକ ନିସ୍ଵାର୍ଥପର କର୍ମୀ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି। ସେମାନଙ୍କ କଠିନ ପରିଶ୍ରମକୁ କିଛି ବରିଷ୍ଠ ସଦସ୍ୟଙ୍କ ନକରାତ୍ମକ କାର୍ଯ୍ୟ ଘୋଡାଇ ଦେଉଛି। ଟିକାକରଣ ନେଇ ସବୁ ଦଳ ଆଲୋଚନା କରିଛନ୍ତି, ଏକମତ ହୋଇଛନ୍ତି। କିଛି କଂଗ୍ରେସଶାସିତ ରାଜ୍ୟରେ ଏନେଇ ପଦକ୍ଷେପ ନିଆଯାଇ ନାହିଁ ବୋଲି କହିଛନ୍ତି ଅପରାଜିତା।

ମହାମାରୀ ସମୟରେ କଂଗ୍ରେସ ରାଜନୀତି ନ କରି ଏହା ବିରୋଧରେ ଲଢ଼େଇ କରୁ ବୋଲି କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ଜେପି ନଡ୍ଡା, ଆଉ ଆଜି ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ଏଭଳି ସମାଲୋଚନା କରିଛନ୍ତି ଅପରାଜିତା। ସାଂସଦଙ୍କ ଏହି ସମାଲୋଚନାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଅନ୍ୟପକ୍ଷରେ ଦେଶରେ ଟିକାର ଅଭାବକୁ ଦୂରକରିବା ଲାଗି ବିଶ୍ୱ ବଜାରରୁ ଟିକା କିଣିବା ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ଗ୍ଳୋବାଲ୍ ଟେଣ୍ଡର କରାଯାଇ ଭାରତରେ ଅନୁମୋଦିତ ଲାଭ କରିଥିବା ଟିକା ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା କରିବେ। କୋଭିସିଲ୍ଡ ଓ କୋଭାକ୍ସିନ ସହ ଏବେ ସୁଦ୍ଧା କେବଳ ଋଷୀୟ ଟିକା ସ୍ପୁଟନିକ୍-ଭି କୁ ଭାରତରେ ଅନୁମୋଦନ ମିଳିଛି। ଯଦି DCGI ଅନୁମୋଦନ ଦିଏ ତେବେ ଆଗକୁ ବିଦେଶରେ ଉପଲବ୍ଧ ଫାଇଜର୍, ମର୍ଡନା, ଜନସନ ଆଣ୍ଡ ଜନସନ ଭଳି କଂପାନୀର ଟିକା ମଧ୍ୟ ରାଜ୍ୟ ସରକାର ଆଣି ପାରିବେ। ସେଥିପାଇଁ ସରକାର ଗ୍ଲୋବାଲ ଇ-ଟେଣ୍ଡର ଡାକିବାକୁ ଯାଉଛନ୍ତି। ଏହାର ତଦାରଖ ପାଇଁ ଗୋଟିଏ ବୈଷୟିକ ଓ ଗୋଟିଏ ପରିଚାଳନା କମିଟି ଗଠନ କରାଯାଇଛି।

Advertisment
Advertisment