Advertisment

ଧଉଳି ବିକାଶ ପାଇଁ ମିଳିଥିବା ୫କୋଟି ଗଲା କୁଆଡେ?

ଭୁବନେଶ୍ୱର: ଶାନ୍ତିସ୍ତୁପ ଧଉଳିର ବିକାଶ ଏବଂ ଉନ୍ନୟନ ପାଇଁ କେନ୍ଦ୍ର ଦେଇଥିବା ପାଣ୍ଠି ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।  ଧଉଳିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ କୋଟି ଅନୁଦାନ ଦିଆଯାଇଥିଲା। କିନ୍ତୁ ସେହି ଅନୁଦାନର ସିଂହଭାଗ ଅର୍ଥ ଠିକ୍ ଭାବେ ବିନିଯୋଗ ହୋଇ ନଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ଅପରାଜିତା। ଧଉଳିରେ ବିକାଶର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ […]

ଧଉଳି ବିକାଶ ପାଇଁ ମିଳିଥିବା ୫କୋଟି ଗଲା କୁଆଡେ?

naveen

Advertisment

ଭୁବନେଶ୍ୱର: ଶାନ୍ତିସ୍ତୁପ ଧଉଳିର ବିକାଶ ଏବଂ ଉନ୍ନୟନ ପାଇଁ କେନ୍ଦ୍ର ଦେଇଥିବା ପାଣ୍ଠି ଖର୍ଚ୍ଚ ଉପରେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।  ଧଉଳିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ କୋଟି ଅନୁଦାନ ଦିଆଯାଇଥିଲା। କିନ୍ତୁ ସେହି ଅନୁଦାନର ସିଂହଭାଗ ଅର୍ଥ ଠିକ୍ ଭାବେ ବିନିଯୋଗ ହୋଇ ନଥିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ଅପରାଜିତା। ଧଉଳିରେ ବିକାଶର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ଦେଖିବାକୁ ମିଳୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ଜଣାଇଛନ୍ତି।

Advertisment

ସେହିପରି ପର୍ଯ୍ୟଟକଙ୍କ ଯାନବାହନରୁ ଆଦାୟ ହେଉଥିବା ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉନି। ଧଉଳି ଉନ୍ନୟନ କମିଟି ନିକଟରେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଡ଼ିରହିଥିବା ବେଳେ ସେସବୁ ଉନ୍ନୟନମୂଳକ କାମରେ ଲାଗୁନି। ଏମିତିକି ଗତ ୧୫ତାରିଖରେ ଅପରାଜିତା ନିଜେ ଧଉଳି ପରିଦର୍ଶନ କରି ସେଠାରେ ସ୍ଥାନୀୟ ଲୋକ ଏବଂ ବୌଦ୍ଧ ସ୍ତୁପର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଧଉଳି ପରିଦର୍ଶନ କରିବା ବେଳେ ସେ ବୌଦ୍ଧ ସ୍ତୁପରେ ଫାଟ ମଧ୍ୟ ଦେଖିବାକୁ ପାଇଥିଲେ। ତେଣୁ ଧଉଳି ଶାନ୍ତିସ୍ତୁପର ବିକାଶ ଏବଂ ରକ୍ଷଣାବେକ୍ଷଣ ତୁରନ୍ତ କରାଯିବା ଦରକାର ବୋଲି ଅପରାଜିତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ