Advertisment

Another Twist in the Amar–Sejal Love Story: ଅମର-ସେଜଲ ପ୍ରେମ କାହାଣୀର ପୁଣି ଏକ ମୋଡ; ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍

ଅମର-ସେଜଲ ପ୍ରେମ କାହାଣୀର ପୁଣି ଏକ ମୋଡ। ନିଜକୁ ନିର୍ଦୋଷ ବୋଲି ପ୍ରମାଣିତ କରିବାକୁ ଚାହୁଁଛି ଅମର। ଭିଡ଼ିଓ ଜାରି କରି ଦେଇଛି ସଫେଇ। କହିଛି କାହିଁକି ପଠାଇଥିଲା ଆକାଉଣ୍ଟ୍ ନମ୍ବର।

Amar Sejal Love Story

Amar Sejal Love Story Photograph: (OTV)

Advertisment

ଅମର-ସେଜଲର ପ୍ରେମ କାହାଣୀ କାହାକୁ ଅଛପା ନାହିଁ। ଉଭୟ ଉଭୟଙ୍କୁ ଭେଟିବା ପାଇଁ ପ୍ରେମିକ ଓ ପ୍ରେମିକା ମିଶି ମିଛ ନାଟକ ରଚିଥିଲେ ବୋଲି କୁହାଯାଉଛି।  

Advertisment

ଅମର ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଛାଡି ନିଜକୁ ସ୍ଵଚ୍ଛ ଓ ଭଦ୍ର ପ୍ରମାଣିତ କରିବାକୁ ଚେଷ୍ଟା କରୁଛି। ଉଭୟ ପ୍ରେମିକ ଓ ପ୍ରେମିକାର ମିଛ ନାଟକ ପାଇଁ ସେଜଲଙ୍କ ପାଳିତ ମାଆ "ସୁସୀ ଜନ୍" ନିଜ ବୃତ୍ତିକୁ ନେଇ ସଙ୍କଟରେ ପଡିଥିବା ବେଳେ ସେପଟେ ଅମର ସେଜଲର ମାଆକୁ କେଉଁ ଉଦ୍ଦେଶ୍ୟରେ ଆକାଉଣ୍ଟ ନମ୍ବର ପଠାଇଥିଲା ତାହା କହିଛି।

ର୍ବରୁ ସେଜଲଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ସେ କହିଥିଲେ ଯେ ଅମରକୁ ସ୍କୁଲ ବେଳୁ ଭଲ ପାଉଥିଲେ। ଆମେରିକା ଚାଲିଯିବା ପରେ ୨୦୨୪ରେ ଦୁହେଁ ପରସ୍ପରକୁ ସୋସିଆଲ ମିଡ଼ିଆରେ ଭେଟିଥିଲେ। ଆଉ ସେବେଠୁ ଅମରଙ୍କୁ ବାହା ହୋଇ ଓଡ଼ିଶାରେ ରହିବାକୁ ଚାହୁଁଥିଲେ। ଏନେଇ ସେ ଓଡିଶା ଆସିବାକୁ ପ୍ଲାନ୍ କରିଥିଲେ ଆଉ ପାଳିତ ମା’ ସୁସୀ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ମିଛ କଥା କହି ଭିଡିଓ ଭାଇରାଲ୍ କରିଥିଲେ। ଏହା ସୁସୀଙ୍କୁ ଅପମାନିତ କରିଥିଲା ଆଉ ଏହି ଭିଡିଓକୁ ପ୍ରସାରଣ ନ କରିବାକୁ ମିଡିଆକୁ କହିବା ନେଇ ସେ କୁଆଡେ ଅମରଙ୍କୁ ଟଙ୍କା ଦେବା କହିଥିବା ନିଜେ ଅମର କହିଛି।

Advertisment

ତେବେ ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ସତ ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ। ଏବେ ଅମରର ଏମିତି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ