Advertisment

IFS ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ପୁଣି ମିଳିଲା କୋଟିଏ ୪୭ ଲକ୍ଷ

ଭୁବନେଶ୍ୱର: IFS ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ପୁଣି ମିଳିଲା ୧ କୋଟି ୪୭ ଲକ୍ଷ ଟଙ୍କା। ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ଟଙ୍କାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଆକାଶଙ୍କ ଆକାଉଣ୍ଟରୁ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହୋଇସାରିଲାଣି। ପୁଣେ ଏବଂ ଭୁବନେଶ୍ୱରରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଠାବ କରିଥିବା କହିଛି ଭିଜିଲାନ୍ସ। ତେବେ ଉଭୟ ବାପପୁଅଙ୍କ ହସ୍ତାକ୍ଷର ମଗାଯାଇ ଯାଞ୍ଚ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା […]

author-image
Otv Khabar Bureau
IFS ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ପୁଣି ମିଳିଲା କୋଟିଏ ୪୭ ଲକ୍ଷ

Akash-Pathak

ଭୁବନେଶ୍ୱର: IFS ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ପୁଣି ମିଳିଲା ୧ କୋଟି ୪୭ ଲକ୍ଷ ଟଙ୍କା। ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜିର ଟଙ୍କାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଆକାଶଙ୍କ ଆକାଉଣ୍ଟରୁ ୧୭ କୋଟି ୫୨ ଲକ୍ଷ ଟଙ୍କା ଠାବ ହୋଇସାରିଲାଣି।

Advertisment

ପୁଣେ ଏବଂ ଭୁବନେଶ୍ୱରରେ ଥିବା ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଠାବ କରିଥିବା କହିଛି ଭିଜିଲାନ୍ସ। ତେବେ ଉଭୟ ବାପପୁଅଙ୍କ ହସ୍ତାକ୍ଷର ମଗାଯାଇ ଯାଞ୍ଚ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି ଆଇଏଫ୍ଏସ୍ ଅଭୟ ପାଠକ। ଭିଜିଲାନ୍ସ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ IFS ପାଠକ ଜାମିନ ଆବେଦନ କରିଛନ୍ତି। ପୂର୍ବରୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଅଭୟଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା।

Advertisment
Advertisment
Advertisment