Advertisment

ଲକ୍‌ଡାଉନ୍ ତାଲିକାରେ ସାମିଲ ହେଲା ଆଉ ଏକ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ବେକାବୁ କରୋନା। ବିପଦ ସାଜିଛି ଜୁଲାଇ ମାସ। ଏଭଳି ସ୍ଥିତି ରାଜ୍ୟକୁ ପୁଣି ଫେରିଛି ଲକ୍‌ଡାଉନ୍। ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲି ଠାରୁ ଗଜପତି ଜିଲ୍ଲାରେ ଲକ୍‌ଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସମସ୍ତ ବ୍ଲକ୍ ମୁଖ୍ୟାଳୟ ଏବଂ ସହରାଞ୍ଚଳକୁ ଆସନ୍ତାକାଲିଠାରୁ ଜୁଲାଇ ୩୧ ତାରିଖ ଯାଏଁ ଲକ୍‌ଡାଉନ୍ ଘୋଷଣା କରିଛି ପ୍ରଶାସନ।  ଲକ୍‌ଡାଉନ୍ ସମୟରେ ସକାଳ ୭ଟାରୁ ଦିନ ୨ଟା […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍ ତାଲିକାରେ ସାମିଲ ହେଲା ଆଉ ଏକ ଜିଲ୍ଲା

gajapati

Advertisment

ଭୁବନେଶ୍ୱର: ରାଜ୍ୟରେ ବେକାବୁ କରୋନା। ବିପଦ ସାଜିଛି ଜୁଲାଇ ମାସ। ଏଭଳି ସ୍ଥିତି ରାଜ୍ୟକୁ ପୁଣି ଫେରିଛି ଲକ୍‌ଡାଉନ୍। ଗଜପତି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲି ଠାରୁ ଗଜପତି ଜିଲ୍ଲାରେ ଲକ୍‌ଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

Advertisment

ସମସ୍ତ ବ୍ଲକ୍ ମୁଖ୍ୟାଳୟ ଏବଂ ସହରାଞ୍ଚଳକୁ ଆସନ୍ତାକାଲିଠାରୁ ଜୁଲାଇ ୩୧ ତାରିଖ ଯାଏଁ ଲକ୍‌ଡାଉନ୍ ଘୋଷଣା କରିଛି ପ୍ରଶାସନ।  ଲକ୍‌ଡାଉନ୍ ସମୟରେ ସକାଳ ୭ଟାରୁ ଦିନ ୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ। ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି ।

ପାରଳାଖେମୁଣ୍ଡି ମୁନିସିପାଲିଟି, କାଶୀନଗର ଏନଏସି ଏବଂ ଜିଲ୍ଲାର ୭ଟି ବ୍ଲକର ହେଡ କ୍ୱାର୍ଟରକୁ ଆସନ୍ତାକାଲି ଠାରୁ ଜୁଲାଇ ୩୧ ଯାଏଁ ଲକ୍‌ଡ଼ାଉନ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ।

Advertisment

ସେପଟେ ଭଦ୍ରକ ମ୍ୟୁନିସିପାଲିଟି ଓ ଧାମନଗର ଏନ୍ଏସିରେ ମଧ୍ୟ ଆସନ୍ତାକାଲି ଠାରୁ ଜୁଲାଇ ୩୧ ତାରିଖ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପୂର୍ବ ପରି ଜିଲ୍ଲାରେ ଶନିବାର ଓ ରବିବାର୍ ସଟ୍‌ଡାଉନ୍‌ ନିୟମ ଲାଗୁ ରହିବ।  ଆସନ୍ତାକାଲିଠୁ ଶୁକ୍ରବାର ପର୍ଯ୍ୟନ୍ତ ୫ ଦିନିକିଆ ଲକ୍‌ଡାଉନ୍‌ ନିୟମ ଲାଗୁ ହେଉଥିବାବେଳେ ଶନିବାର ଓ ରବିବାର ସଟ୍‌ଡାଉନ୍‌ ନିୟମ ଲାଗୁ ରହିବ।

Advertisment

ଲକ୍‌ଡାଉନ୍‌ବେଳେ ସକାଳ ୫ଟାରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।  ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।  ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ପ୍ରକାଶଥାଉକି, ରାଜ୍ୟରେ ୪ ଜିଲ୍ଲା ସମେତ ଗୋଟିଏ ମହାନଗର ନିଗମରେ ୧୪ ଦିନିଆ ଲକ୍‌ଡାଉନ୍ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକ ହେଲା ଗଂଜାମ, ଯାଜପୁର, ଖୋର୍ଦ୍ଧା, କଟକ ଓ ରାଉକେଲା ମହାନଗର ନିଗମ। ଅନ୍ୟପଟେ ଆଜି ରାଜ୍ୟରେ ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୫ଟି ଜିଲ୍ଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ