Advertisment

ବିଏମସିରୁ ୪୬୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଦିନକୁ ଦିନ ଏଠାରେ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଆଜି ଭୁବନେଶ୍ୱର ଟାଉନ୍‌ରୁ ୪୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍‌ରୁ ୧୮୫ ଓ ଲୋକାସ୍‌ କେସ୍‌ ୨୭୫ ରହିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ଜଣାଇଛି। ଏହାଛଡ଼ା ଆଜି ବିଏମସିରୁ ୪୦୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in […]

ଅଦ୍ୟତନ ହୋଇଛି
ବିଏମସିରୁ ୪୬୦ କରୋନା ପଜିଟିଭ୍ ଚିହ୍ନଟ

bmc

Advertisment

ଭୁବନେଶ୍ୱର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଦିନକୁ ଦିନ ଏଠାରେ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଆଜି ଭୁବନେଶ୍ୱର ଟାଉନ୍‌ରୁ ୪୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍‌ରୁ ୧୮୫ ଓ ଲୋକାସ୍‌ କେସ୍‌ ୨୭୫ ରହିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ଜଣାଇଛି। ଏହାଛଡ଼ା ଆଜି ବିଏମସିରୁ ୪୦୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Advertisment

https://twitter.com/bmcbbsr/status/1304050126306983936?s=20

ଆଜି ଚନ୍ଦ୍ରଶେଖରପୁରରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଡିଏ କଲୋନୀରୁ ୭, ଡେଲ୍‌ଟା କଲୋନୀରୁ ୭, ୟୁନିଟ୍-୮ରୁ ୬, ସହିଦ ନଗରରୁ ୧୧, ବଡ଼ଗଡ଼ ବ୍ରିଟ କଲୋନୀରୁ ୫, ନୟାପଲ୍ଲୀରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୪୯୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୭୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୧୩୦ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ