bmc
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ଆଉ ୪୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନ୍ରୁ ୧୯୧ ଓ ଲୋକାଲ କେସ୍ ୨୩୬ ଚିହ୍ନଟ ହୋଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି।
https://twitter.com/bmcbbsr/status/1303680765746577409?s=20
ଆଜି ପଳାଶୁଣି ପ୍ରାଚୀବିହାରରୁ ୯ ପଜିଟିଭ୍ ଚିହ୍ନଟ ମାମଲା ସାମ୍ନାକୁ ଆସିଛି। ସେହିପରି ନ୍ୟୁ ଫରେଷ୍ଟ ପାର୍କ ଓ ଶୈଳଶ୍ରୀ ବିହାର ଅଞ୍ଚଳରୁ ୮ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ସହିଦନଗର ଓ ୟୁନିଟ-୯ ଅଞ୍ଚଳରୁ ୬ ଲେଖାଏଁ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି।
ସେହିପରି ନୟାପଲ୍ଲୀ ୫, ଚକେଇସିଆଣିରୁ ୫, ବିଡିଏ କଲୋନୀରୁ ୫ ଓ ୭ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରେ ୧୪୪୯୨ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୫୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୩୫୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୫୦୭୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bmc_1625344908.jpg)