mask
ଭୁବନେଶ୍ୱର: ଆଜି ରାଜ୍ୟରୁ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୧୯୪କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୮, କଟକ- ୫୨୧, ଅନୁଗୁଳ- ୨୨୫, ଯାଜପୁର- ୧୮୧, ସୁନ୍ଦରଗଡ଼- ୧୬୭, ଜଗତସିଂହପୁର ଓ ନୂଆପଡ଼ାରୁ ୧୫୨ ଲେଖାଏଁ, ଷ୍ଚେଟ୍ ପୁଲ୍- ୧୪୯, ବରଗଡ଼- ୧୪୧, ନବରଙ୍ଗପୁର- ୧୩୫, ସମ୍ବଲପୁର- ୧୨୮, ଭଦ୍ରକ- ୧୨୭, ବାଲେଶ୍ୱର- ୧୧୯ ସୁସ୍ଥ ହୋଇଛନ୍ତି।
https://twitter.com/HFWOdisha/status/1312388660587753472?s=20
ମୟୂରଭଞ୍ଜ- ୧୧୪, କନ୍ଧମାଳ- ୧୦୮, କେନ୍ଦ୍ରାପଡ଼ା- ୧୦୬, ପୁରୀ- ୧୦୫, ଝାରସୁଗୁଡ଼ାରୁ ୯୧, ବଲାଙ୍ଗିରରୁ ୮୧, କେନ୍ଦୁଝର ଓ ମାଲକାନଗିରିରୁ ୬୫ ଲେଖାଏଁ, ରାୟଗଡ଼ା ଓ ସୁବର୍ଣ୍ଣପୁରରୁ ୬୧ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି, କୋରାପୁଟରୁ ୬୦ ଲେଖାଏଁ, ବୌଦ୍ଧ- ୫୯, ଢେଙ୍କାନାଳ- ୫୭, ନୟାଗଡ଼- ୪୧, ଦେବଗଡ଼ରୁ ୧୪ ଓ ଗଜପତିରୁ ୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mask_1625271798.jpg)