bmc
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲଗାତର ବୃଦ୍ଧି ପାଇବାରେ ଲାଗିଛି କରୋନା ମାମଲା। ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍ରୁ ୧୧୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୩୮ ରହିଛି। ତେବେ ଆଜି ୪୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଟ୍ୱିଟ୍ କରି ସୂଚନା ଦେଇଛି।
https://twitter.com/bmcbbsr/status/1305478800856084482?s=20
ଝାରପଡ଼ା ଅଞ୍ଚଳରୁ ୧୪, ବରମୁଣ୍ଡାରୁ ୬, ପଟିଆରୁ ୫, ଚକେଇସିଆଣିରୁ ୫, ଅଶୋକ ନଗରରୁ ୪, ଗଙ୍ଗନଗରରୁ ୪, କପିଳ ପ୍ରସାଦରୁ ୪, କଳିଙ୍ଗ ବିହାରରୁ ୪, ଖଣ୍ଡଗିରିରୁ ୪, ନୟାପଲ୍ଲୀରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବିଏମ୍ସି ଅଞ୍ଚଳରେ ୧୬୫୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୯୦୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୪୬୧୩ ଜଣ ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bmc-1_1625330733.jpg)