Advertisment

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ କରୋନା ମାମଲା ଲଗାତର ହ୍ରାସ ପାଉଛି। ଆଜି ଭୁବନେଶ୍ୱର ମହାନଗରରେ ଆଉ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍‌ରୁ ୧୦୧ ଓ ଲୋକାଲ କେସ୍‌ ୨୪୪ ରହିଛି। ସେହିପରି ଆଜି ୪୧୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Update on newly detected #COVID19 cases in the […]

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

bmc

Advertisment

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ କରୋନା ମାମଲା ଲଗାତର ହ୍ରାସ ପାଉଛି। ଆଜି ଭୁବନେଶ୍ୱର ମହାନଗରରେ ଆଉ ୩୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ କ୍ୱାରେଣ୍ଟିନ୍‌ରୁ ୧୦୧ ଓ ଲୋକାଲ କେସ୍‌ ୨୪୪ ରହିଛି। ସେହିପରି ଆଜି ୪୧୨ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

https://twitter.com/bmcbbsr/status/1308353091331186688?s=20

ଆଜି ଆଚାର୍ଯ୍ୟ ବିହାରରୁ ୪, ବରମୁଣ୍ଡାରୁ ୪, ଭକ୍ତ ମଧୁ ନଗରରୁ ୬, ବମିଖାଲ୍‌ରୁ ୫, ସେଣ୍ଟ୍ରାଲ୍‌ ସରକାରୀ ମେଡିକାଲର ୭ କର୍ମଚାରୀ, ଚକେଇସିଆଣିରୁ ୩, ଲକ୍ଷ୍ମୀସାଗରରୁ ୧୩, ୟୁନିଟ୍‌-୬ରୁ ୪, ଝାରପଡ଼ାରୁ ୬, ଗଣ୍ଡମୁଣ୍ଡାରୁ ୫, ଗଜପତି ନଗରରୁ ୩, ଗାଡ଼କଣାରୁ ୬, ଡୁମ୍‌ଡୁମା ଏଚ୍‌ବି କଲୋନୀରୁ ୩, ଡୁମ୍‌ଡୁମାରୁ ୩, ଚନ୍ଦ୍ରସେଖରପୁର ରେଳ ବିହାରରୁ ୪ କେସ୍ ଚିହ୍ନଟ ହୋଇଛି।

ସେହିପରି ଖାରବେଳନଗରରୁ ୩, ମଞ୍ଚେଶ୍ୱରରୁ ୩, ନୟାପଲ୍ଲୀରୁ ୬, ନୟାପଲ୍ଲୀ ବେହେରା ସାହିରୁ ୫, ନୀଳାଦ୍ରି ବିହାରରୁ ୪, ୟୁନିଟ୍‌-୮ ନୟାପଲ୍ଲୀରୁ ୪, ୟୁନିଟ୍‌-୮ରୁ ୭, ଶୈଳଶ୍ରୀବିହାରରୁ ୭, ଟଙ୍କପାଣି ରୋଡ୍‌ରୁ ୪, ସୁନ୍ଦରପଦାରୁ ୬, ୟୁନିଟ୍‌-୯ରୁ ୪, ରସୁଲଗଡ଼ରୁ ୩, ପାତ୍ରପଡ଼ାରୁ ୪, ପଳାଶପଲ୍ଲୀରୁ ୩ ଜଣ ଲେଖାଏଁ ଲୋକାଲ୍‌ କେସ ଚିହ୍ନଟ ହୋଇଛି।

Advertisment

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୯୨୪୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୬୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୩୫୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୮୦୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ