Advertisment

ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୩ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୧୮୩ ଲୋକାଲ୍‌ କେସ ରହିଛନ୍ତି। ଏହାଛଡ଼ା ଆଜି ୫୦୬ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି। Update on newly detected #COVID19 cases in the last 24 hrs under […]

ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ

bmc

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୩୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୨୩ କ୍ୱାରେଣ୍ଟିନ୍‌ରେ ଥିବା ବେଳେ ୧୮୩ ଲୋକାଲ୍‌ କେସ ରହିଛନ୍ତି। ଏହାଛଡ଼ା ଆଜି ୫୦୬ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରି ସୂଚନା ଦେଇଛି।

Advertisment

https://twitter.com/bmcbbsr/status/1308024753312030727?s=20

ଆଜି ଅଶୋକ ନଗରରୁ ୩, ଚକେଇଶିଆଣିରୁ ୪, ସିଆର୍‌ପିଏଫ୍‌ କ୍ୟାମ୍ପସରୁ ୫, ଚନ୍ଦ୍ରଶେଖରପୁରରୁ ୩, ମଞ୍ଚେଶ୍ୱରରୁ ୪, ଲକ୍ଷ୍ମୀସାଗରରୁ ୧୦, ଖଣ୍ଡଗିରିରୁ ୪, କପିଳେଶ୍ୱରରୁ ୩, ଜୟଦେବ ବିହାରରୁ ୩, ଆଇଆର୍‌ସି ଭିଲେଜରୁ ୪, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ୩, ନୀଳାଦ୍ରି ବିହାରରୁ ୪, ରସୁଲଗଡ଼ରୁ ୫, ୟୁନିଟ୍‌-୯ରୁ ୭, ୟୁନିଟ୍‌-୨ରୁ ୩, ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ୫, ସତ୍ୟନଗରରୁ ୩, ଶୈଳଶ୍ରୀ ବିହାରରୁ ୪ ଓ ସହିଦ ନଗରରୁ ୭ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ବିଏମ୍‌ସି ଅଞ୍ଚଳରୁ ୧୮୮୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୬୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୯୪୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୮୭୪ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ