Advertisment

ଆସନ୍ତାକାଲି ବିବନର ହେବ TI ପରେଡ୍: ଅଭିଯୁକ୍ତକୁ ଚିହ୍ନିବେ ପୀଡ଼ିତା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆସନ୍ତାକାଲି ବିବନର ହେବ TI ପରେଡ୍। ଆଜି ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଅନୁମତି ମିଳିଥିବା ନେଇ ସୂଚନା ମିଳିଛି। ସିବିଆଇର ସ୍ପେଶାଲ ଜଜ୍ TI ପରେଡ୍ ଲାଗି ଅନୁମତି ଦେଇଛନ୍ତି। ଆସନ୍ତାକାଲି JMFC ସୃଜାଲିନ ମହାନ୍ତି ଝାରପଡ଼ା ଜେଲ୍ ପରିସରରେ ବିବନ୍‌ର TI ପରେଡ୍ କରିବେ ବୋଲି ଜଣାଯାଇଛି।  ଏହାସହ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ଦେଇଛନ୍ତି […]

ଆସନ୍ତାକାଲି ବିବନର ହେବ TI ପରେଡ୍: ଅଭିଯୁକ୍ତକୁ ଚିହ୍ନିବେ ପୀଡ଼ିତା

biban

Advertisment

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆସନ୍ତାକାଲି ବିବନର ହେବ TI ପରେଡ୍। ଆଜି ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଅନୁମତି ମିଳିଥିବା ନେଇ ସୂଚନା ମିଳିଛି। ସିବିଆଇର ସ୍ପେଶାଲ ଜଜ୍ TI ପରେଡ୍ ଲାଗି ଅନୁମତି ଦେଇଛନ୍ତି।

Advertisment

ଆସନ୍ତାକାଲି JMFC ସୃଜାଲିନ ମହାନ୍ତି ଝାରପଡ଼ା ଜେଲ୍ ପରିସରରେ ବିବନ୍‌ର TI ପରେଡ୍ କରିବେ ବୋଲି ଜଣାଯାଇଛି।  ଏହାସହ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ଦେଇଛନ୍ତି କୋର୍ଟ। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୪ ଓ ୫ ତାରିଖ ଦୁଇ ଦିନ ପାଇଁ ରିମାଣ୍ଡରେ ଯିବ ଅଭିଯୁକ୍ତ ବିବନ। ବିବନକୁ ୫ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ କରିଥିଲ ଆବେଦନ।

ଏହାସହ ଗତକାଲି ରାଜ୍ୟ ସରକାର ଏବଂ ସିବିଆଇର ସତ୍ୟପାଠ ପରେ ଅଞ୍ଜନା ମିଶ୍ର ମାମଲାର ପରିସମାପ୍ତି ଘଟାଇଥିଲେ ହାଇକୋର୍ଟ, ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇ ସାରିଥିବା କୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା।

Advertisment

ପୂର୍ବରୁ ମଧ୍ୟ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ୍‌ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ପୋଲିସ କମିଶନରଙ୍କୁ ଭେଟିଥିଲେ ସିବିଆଇର ୨ ଜଣିଆ ଟିମ୍। ଫେବୃଆରୀ ୨୩ ତାରିଖରେ କମିଶନରଙ୍କୁ ଭେଟିଥିଲେ ସିବିଆଇ ଟିମ।

Advertisment
Anjana Mishra Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ