Anjana Mishra
ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଏନେଇ ପ୍ରେସମିଟ୍ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ବିବନଙ୍କୁ ଗିରଫ ପରେ ପୀଡ଼ିତା ଅଞ୍ଜନା ମିଶ୍ର OTVକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “CBI ଚୁପ୍ ବସିଲା, ଧରିପାରିଲାନି। ହେଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାର୍ ଓ ତାଙ୍କ ଟିମ୍ ମୋତେ ନ୍ୟାୟ ଦେଲେ। ବିବନ ବିଶ୍ୱାଳ ମୁଖ୍ୟ ଅଭିଯୁକ୍ତ ଥିଲା। ଏଇ ୨୨ ବର୍ଷ ଭିତରେ ମୁଁ ବହୁତ ସଂଘର୍ଷ କରିଛି। ମୋ ଘରକୁ ପଥ ମାଡ଼ କରିବା ସହ ମୋତେ ୧୦-୧୫ ଥର ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ମୋତେ ମୋ ଘରେ ରଖେଇ ଦେଲେ ନାହିଁ, ଫଳରେ ମୁଁ ଆସି ମୋ ମା’ଙ୍କ ପାଖରେ ରହୁଛି।’
ସେଇ ସମୟରେ ବିବନ ବିଶ୍ୱାଳ ଗିରଫ ନହେବା ଓ ବାରମ୍ବାର ତାଙ୍କୁ ଏଭଳି ଧମକ ମିଳିବା ପ୍ରଶ୍ନରେ ପ୍ରତିକ୍ରିୟା ରଖି ଅଞ୍ଜନା କହିଛନ୍ତି, ‘ଏସବୁ ଘଟଣାରେ କଂଗ୍ରେସ ଦଳର ପ୍ରଛନ୍ନ ହାତ ତା’ ପଛରେ ରହିଥିଲା। ବିବନକୁ ଫାଶି ଦିଆଯାଉ।’
ସେ ଆହୁରି କହିଛନ୍ତି, ‘ପ୍ରତିଦିନ ମୁଁ ମରି ମରି ବଞ୍ଚିଛି। ଥରେ କାହା ସହ ଗଣଦୁଷ୍କର୍ମ ଘଟିଲେ ଜୀବନ ବରବାଦ ହୋଇଯାଏ। ଏଥିରେ ଭାଙ୍ଗି ନପଡ଼ି ସଂଘର୍ଷ କରିବା ଦରକାର। ଆମ ସିଷ୍ଟମ ଯାହା ଏଠି ନ୍ୟାୟ ମିଳିବାକୁ ଦୀର୍ଘ ବର୍ଷ ଲାଗୁଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଭଳି ଜଣେ ଭଲ ଅଫିସର ମିଳିବାରୁ ବିବନ ଧରାପଡ଼ିଲା।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/12-rape_1626174406.jpg)