Advertisment

କୋଟିଆର ୩ ଗାଁରେ ଆନ୍ଧ୍ର କରିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

କୋରାପୁଟ: ବର୍ଷ ବର୍ଷ ଧରି କୋରାପୁଟ ସୀମାନ୍ତ ପଞ୍ଚାୟତ କୋଟିଆରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଆନ୍ଧ୍ର ପ୍ରଶାସନ ସବୁ ସୀମା ଏବେ ପାର କରିଛି। କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ଆନ୍ଧ୍ର ସରକାର ନିଜ ଦଖଲକୁ ନେଇଛିି। ଉଦବେଗର ବିଷୟ ହେଉଛି, ଏହି ଗାଁରେ ଖାଲି ପ୍ରଶାସନିକ ରାଜ୍ କରୁନି ବରଂ ଆନ୍ଧ୍ରରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ କରିଦେଇଛି। ପଞ୍ଚାୟତ ନିର୍ବାଚନ […]

କୋଟିଆର ୩ ଗାଁରେ ଆନ୍ଧ୍ର କରିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

odisha-border

Advertisment

କୋରାପୁଟ: ବର୍ଷ ବର୍ଷ ଧରି କୋରାପୁଟ ସୀମାନ୍ତ ପଞ୍ଚାୟତ କୋଟିଆରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଆନ୍ଧ୍ର ପ୍ରଶାସନ ସବୁ ସୀମା ଏବେ ପାର କରିଛି। କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ଆନ୍ଧ୍ର ସରକାର ନିଜ ଦଖଲକୁ ନେଇଛିି। ଉଦବେଗର ବିଷୟ ହେଉଛି, ଏହି ଗାଁରେ ଖାଲି ପ୍ରଶାସନିକ ରାଜ୍ କରୁନି ବରଂ ଆନ୍ଧ୍ରରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ କରିଦେଇଛି।

Advertisment

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ନୋଟିଫିକେସନରେ ଏ ତିନି ଗାଁର ନାଁ ବଦଳାଇ ଦେଇଛି। ସାଲୁର ବ୍ଲକରେ ସାମିଲ କରିଥିବା ଏହି ୩ଟି ଗାଁକୁ ଗଞ୍ଜାଇବାଦରା, ପଟ୍ଟୁଚେନ୍ନୁରୁ ଓ ପଗୁଲୁଚେନ୍ନୁରୁ ପଞ୍ଚାୟତ ଭାବେ ନାମକରଣ କରି ଏଠି ନିର୍ବାଚନ ପ୍ରକ୍ରିୟା ଚଳାଇଛି। ଏମିତିକି ଏ ତିନି ଗାଁରେ ଭୋଟ୍ ଲାଗି ନୋମିନେସନ୍ ବି କିଛି ଆଶାୟୀ ପ୍ରାର୍ଥୀ ଦାଖଲ କରିଛନ୍ତି।

ଆସନ୍ତା ୧୩ ଓ ୧୭ରେ ନିର୍ବାଚନ ହେବାର ଅଛି। ଏହି ୩ ଗାଁ (ତଳଗଂଜେଇପଦର, ପଟୁ ସିନେରୀ, ଫଗୁଣ ସିନେରୀ) ଓଡ଼ିଶାର କୋଟିଆ ଗ୍ରାମପଞ୍ଚାୟତ ଅଧିନରେ ଯାଉଛି। କିନ୍ତୁ ଆନ୍ଧ୍ରପ୍ରଦେଶ ଏହି ୩ ଗାଁକୁ ନିଜ ନିର୍ବାଚନରେ ଯୋଡ଼ିଛି।
-କାମେଶ ଗେମେଲ, ପୂର୍ବତନ ସରପଞ୍ଚ, କୋଟିଆ
Advertisment
୨ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ନୋମିନେସନ ଦାଖଲ କରାଯିବ।  ଗଂଜେଇବାଦରା, ପଟୁଚେନୁରୁ, ପଗୁଲୁଚେନୁରୁରେ ମଧ୍ୟ ନିର୍ବାଚନ ହେବ। ଏପର୍ଯ୍ୟନ୍ତ କେହିବି ନୋମିନେସନ ଦାଖଲ କରିନାହାନ୍ତି।
-ଏମ୍. ନାଗେଶ୍ୱର ରାଓ, ରିଟର୍ଣ୍ଣିଂ ଅଫିସର, କୁରୁକୁଟ୍ଟି

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ, ବିଶେଷକରି କୋଟିଆ କାହାର, ତାହା ଏବେ ବି ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ହେଲେ ଏପଟେ କିନ୍ତୁ ଆନ୍ଧ୍ରର ଏ ମନମାନୀ ଓ ଦାଦାଗିରିକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ ଖବର ନାହିଁ।

Advertisment
ଆନ୍ଦ୍ର ସରକାର ଓଡ଼ିଶାର ଅଧିନରେ ଥିବା କୋଟିଆ ଉପରେ ଯେଉଁ ନିର୍ବାଚନ କରୁଛନ୍ତି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆନ୍ଧ୍ର ଯଦି କୋଟିଆରେ ନିର୍ବାଚନ କରିବ, ଏହାଠୁ ନିନ୍ଦନୀୟ ଘଟଣା ଆଉ କିଛି ନାହିଁ।
-ତାରାପ୍ରସାଦ ବାହିନୀପତି, ବିଧାୟକ, ଜୟପୁର
ଆନ୍ଧ୍ର ତରଫରୁ ସରପଞ୍ଚ, ୱାର୍ଡମେମ୍ବର ଓ ଜିଲ୍ଲା ପରିଷଦ ମନୋନୀତ କରାଯାଇଥିଲା କିନ୍ତୁ ଏବର୍ଷ ସେହିଠାରେ ବୁଥ୍‌ ପୋଲିଂ ଓ ନୋମିମେସନ୍ ପ୍ରକ୍ରିୟା ଆନ୍ଧ୍ର ଆରମ୍ଭ କରିଦେଲାଣି।
-ଜୟରାମ ପାଙ୍ଗୀ, ବିଜେପି ନେତା
କୋଟିଆ ଆନ୍ଧ୍ରର ବୋଲି ଯେଉଁ ଡିଣ୍ଡିମ ପିଟୁଛି, ତାହା ଅବାସ୍ତବ। ଯେଉଁଠି ନିର୍ବାଚନ କରୁଛନ୍ତି, ସେଠି ସରପଞ୍ଚ ଅଫିସ୍‌ ପାଇଁ ଟିଣ ଘରଟିଏ ନାହିଁ। ୧୫୦ କୋଟିର ପ୍ରକଳ୍ପ ଘୋଷଣା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଠି ବାସ୍ତବ ରୂପ ଦେଇଛନ୍ତି।  
-ପ୍ରୀତମ୍ ପାଢ଼ିି, ବିଧାୟକ, ପଟାଙ୍ଗି

କୋରାପୁଟର ସୁଦୂର ଆଦିବାସୀ ଇଲାକା କୋଟିଆରେ ପ୍ରଶାସନିକ ଦୃଷ୍ଟି ପଡୁନଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏବେ ସେଠାରେ କିଛି ଠୋସ୍ ଉନ୍ନୟନମୂଳକ କାର୍ଯ୍ୟ ରାଜ୍ୟ ସରକାର କରିଛନ୍ତି।  ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିବାକୁ ଯାଉଥିବା ବେଳେ ତା ପୂର୍ବରୁ ତିନି ଗାଁକୁ କବଜାକୁ ନେଇ ଆନ୍ଧ୍ର ଚ୍ୟାଲେଞ୍ଜ୍ ଦେଇଛି।

https://twitter.com/otvkhabar/status/1356983932894343172?s=20

କୋରାପୁଟରୁ ପି ଗୋବିନ୍ଦରାଜୁ ସୁୁବୁଦ୍ଧି, ସୂର୍ଯ୍ୟ ନାରାୟଣ ପ୍ରଧାନ, ଟି. ଗୌରୀଶଙ୍କରଙ୍କ ରିପୋର୍ଟ
Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ