Advertisment

ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ?

ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ? ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ୍ କୋଡ଼ାମା ପଞ୍ଚାୟତର ୧୮ଟି ଗାଁର ଲୋକେ ଓଡ଼ିଶାରେ ମିଶିବା ପାଇଁ ଚାହୁଁଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗୀ।

ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ?

Odisha-Andhra

Advertisment

ଭୁବନେଶ୍ୱର: ଓଡ଼ିଶାରେ ମିଶିବାକୁ ଚାହୁଁଛନ୍ତି ଆନ୍ଧ୍ରର ଲୋକେ? ଆନ୍ଧ୍ରପ୍ରଦେଶ ସାଲୁର ବ୍ଲକ୍ କୋଡ଼ାମା ପଞ୍ଚାୟତର ୧୮ଟି ଗାଁର ଲୋକେ ଓଡ଼ିଶାରେ ମିଶିବା ପାଇଁ ଚାହୁଁଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗୀ। ୧୮ଟି ଗାଁର ଲୋକେ ଏକାଠି ହୋଇ କୋଡ଼ାମା ପଞ୍ଚାୟତରେ ଏକ ସଭା ଆୟୋଜନ କରିଥିଲେ ଜୟରାମ। ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଗ୍ରାମବାସୀଙ୍କ ସମସ୍ୟା ସଂପର୍କରେ ଜାଣିବାକୁ ପାଇଥିଲେ। ଦୀର୍ଘ ବର୍ଷରୁ ଆନ୍ଧ୍ରର ବିଜୟନଗରମ୍ ଜିଲ୍ଲା ପ୍ରଶାସନ ଗାଁରେ କୌଣସି ଉନ୍ନୟନମୂଳକ କାମ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିଲାଗି ସେମାନେ ଓଡ଼ିଶାରେ ମିଶିବାକୁ ଚାହୁଁଥିବା କହିଛନ୍ତି ଜୟରାମ।

Advertisment

ତେବେ ପୂର୍ବରୁ ସୀମାକୁ ନେଇ ରାଜନୀତି ବି ସରଗରମ ହୋଇଥିଲା। ଫେବୃଆରୀ ୨୪ ତାରିଖରେ ଓଡ଼ିଶା ସହ ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା ହୋଇଥିଲା। ଏ ସମ୍ପର୍କୀତ ଏକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କୋଟିଆ ସମେତ ସୀମାବର୍ତ୍ତୀ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରଥିଲେ ବିରୋଧୀ। ସେପେଟେ ମୁଲତବୀ ଆଲୋଚନା ବେଳେ ରାଜସ୍ୱମନ୍ତ୍ରୀ ଉତ୍ତର ମଧ୍ୟ ରଖିଥିଲେ। ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ୧୪ଟି ଜିଲ୍ଲାର ସୀମା ପଡୋଶୀ ରାଜ୍ୟକୁ ଲାଗି ଥିବା ବେଳେ ୭ଟି ଜିଲ୍ଲାରେ ସୀମା ବିବାଦ ଲାଗି ରହିଛି।

ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ଗଞ୍ଜାମ, ଗଜପତି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ନୂଆପଡ଼ା। କୋରାପୁଟ ଜିଲ୍ଲାର କୋଟିଆ ବିବାଦ ସମ୍ପର୍କରେ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତର ମଧ୍ୟ ରଖିଥିଲେ। ଏଥିରେ ଉଲ୍ଲେଖ ଅଛି ଯେ କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ମାମଲା ରହିଛି। ଏହାସହ ଏହି ପ୍ରସଙ୍ଗରେ ଆନ୍ଧ୍ର ଜବାବର ପ୍ରତି ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ମାଗିଥିଲେ ରାଜ୍ୟ ସରକାର।

Advertisment

ଏହାସହ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ଉଦ୍ୟମ କରାଯାଇଛି। ୨୬ ଫେବୃଆରୀରେ ୬୦ ନମ୍ବର ଜାତୀୟ ରାଜପଥର ଅଙ୍ଗୁଆ ନିକଟରେ ଆରମ୍ଭ ମାପଚୁପ ହୋଇଥିଲା। ଚିହ୍ନଟ ହୋଇଥିବା ରେଫରେନ୍ସ ପଏଣ୍ଟରୁ ପଶ୍ଚିମ ବଙ୍ଗର କେଉଁ ଅଂଚଳ ଏବଂ ଓଡ଼ିଶାର କେତେ, ସେନେଇ ଅନୁଧ୍ୟାନ କରିଛନ୍ତି ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ। ସୀମା ନିର୍ଦ୍ଧାରଣ ନେଇ ତିଆରି ମ୍ୟାପ୍ ଅନୁସାରେ ଲାଇନ୍ କରାଯାଇଥିବା ଦେଖିବାକୁ ମିଳିଛି।

ସୀମାର ଓଡିଶା ପଟକୁ ୯ଟି ଗାଁ ଏବଂ ପଶ୍ଚିମବଙ୍ଗ ପଟକୁ ୧୩ଟି ଗାଁକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି। ଦୁଇ ରାଜ୍ୟକୁ ଅଲଗା କରୁଛି ସୁବର୍ଣ୍ଣରେଖା ନଦୀ। ଜଳେଶ୍ୱର ବ୍ଳକର ମାକିଡିଆ ଓ କୁଅଁରପୁର ଗାଁରେ ବାଲି ଖାଦନକୁ ନେଇ ୨୦୧୮ରେ ହୋଇଥିଲା ବୈଠକ। ତେବେ ଏହାରି ମଧ୍ୟରେ ଆନ୍ଧ୍ରର ଲୋକେ ଯେ, ଓଡ଼ିଶାରେ ମିଶିବାକୁ ଇଚ୍ଛା କରୁଛନ୍ତି ତାହାକୁ ନେଇ ପାଙ୍ଗୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

Advertisment

Andhra Odisha Border Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ