man died 1
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଘର ଭିତରୁ ମିଳିଛି ମହିଳାଙ୍କ ରକ୍ତାକ୍ତ ମୃତଦେହ । ଭୁବନେଶ୍ୱର ଭୀମଟାଙ୍ଗି ଫେଜ୍-୧ ଅଞ୍ଚଳର ଏକ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିଛି । ମହିଳା ଜଣକ ହେଉଛନ୍ତି ପ୍ରିୟଦର୍ଶନୀ ସାହୁ । ସ୍ୱାମୀ ରାକେଶ ସାହୁ ଓ ଶିଶୁ ସହ ସେ ସେହି ଘରେ ବହୁ ଦିନରୁ ଭଡ଼ାରେ ରହୁଥିଲେ ।
ପ୍ରିୟଦର୍ଶନୀଙ୍କ ମୃତଦେହ ନିକଟରୁ ଅନ୍ୟ ଏକ ଯୁବକ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି । ସେ ବିଷ ପିଇବା ସହ ହାତ କାଟିଥିବା ସୂଚନା ମିଳିଛି । ତେବେ ତାଙ୍କ ପରିଚୟ ଏବେ ଯାଏଁ ମିଳିପାରିନି । ପ୍ରିୟଦର୍ଶନୀଙ୍କ ମୃତଦେହରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚି ମାମଲାରେ ତଦନ୍ତ କରିଛନ୍ତି ।
ତେବେ ପ୍ରିୟଦର୍ଶିନୀ ସାହୁଙ୍କୁ କିଏ ହତ୍ୟା କଲା ? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଏ ଏବଂ କଣ ପାଇଁ ଘର ଭିତରେ ପଶି ହାଣି ମାରିଲା ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଘର ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକ ନା ଆଉ କେହି ତାଙ୍କୁ ମାରିଛି ?
ତେବେ ଏହି ପୁରା ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସାଇଣ୍ଟିଫିକ୍ ଓ ଫୋରେନସିକ୍ ଟିମ୍ ନେଇ ଛାନଭିନ ଚଳାଇଛି ପୋଲିସ । ମୃତ ପ୍ରିୟଦର୍ଶିନୀଙ୍କ ସ୍ୱାମୀ ଏବଂ ସଂପୃକ୍ତ ଯୁବକଙ୍କୁ ପୋଲିସ ପଚରାଉଚରା କରୁଥିବା ସୂଚନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/deadbody-1_1625490025.jpg)