bjp
ଭୁବନେଶ୍ୱର: କେନ୍ଦୁଝର ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବର୍ଷିଛନ୍ତି। କେନ୍ଦୁଝର ମେଡିକାଲ କଲେଜ ପଡ଼ିଆରେ ସାଧାରଣ ସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ ନିକମା ସରକାର ବୋଲି ଶାହ କହିଛନ୍ତି।
ସେ କହିଛନ୍ତି,“୧୯ ବର୍ଷ ଧରି କ୍ଷମତାରେ ଥିବା ସରକାର ରାଜ୍ୟର ବିକାଶ ପାଇଁ କିଛି କରି ନାହାନ୍ତି। ତେବେ ବିଜେପି ସରକାର ଆସିଲେ କେନ୍ଦୁଝର ସମେତ ସାରା ରାଜ୍ୟର ବିକାଶ ହେବ। ଖଣିଜ ସଂପଦ ଭରପୁର କେନ୍ଦୁଝର ଜିଲ୍ଲାରେ ବିଜେପି ସରକାର ଆସିଲେ ଆଉ ଗୋଟିଏ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ମୋଦି ସରକାରଙ୍କ ପଦକ୍ଷେପ ଯୋଗୁ କେନ୍ଦୁଝରର ଆଦିବାସୀ ଉପକୃତ ହୋଇଛନ୍ତି। ବନଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ଯୋଗୁ ଅନେକଙ୍କ ଜୀବନଧାରଣ ମାନ ବୃଦ୍ଧି ପାଇଛି। କେନ୍ଦୁପତ୍ର ଉପରୁ ଜିଏସ୍ଟି ସଂପୂର୍ଣ୍ଣ ଛାଡ଼ କରାଯିବ।”
ସେ ଆହୁରି କହିଛନ୍ତି,“ ରାଜ୍ୟରେ ବିଜେପି ସରକାର ଆସିଲେ ଖଣି ଦୁର୍ନୀତିରେ ସଂପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଗରିବ ଲୋକଙ୍କ ଟଙ୍କା ଖାଇଥିବା ଚିଟଫଣ୍ଡ ଦୁର୍ନୀତିଗ୍ରସ୍ତଙ୍କୁ ଜେଲ୍ ପଠାଯିବ। ନିକମା ରାଜ୍ୟ ସରକାରଙ୍କୁ ଓପାଡ଼ି ଫିଙ୍ଗିଦିଅ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bjp-123-3_1626760681.jpg)