amit
ରାଉରକେଲା(ପୱନ ତିୱାରୀ): ରାଉରକେଲାର ଅମିତ କଚ୍ଛପ ହୋଇଛନ୍ତି ‘ମିଷ୍ଟର ଆଣ୍ଡ୍ ମିସ୍ ମଡେଲ୍ ଇଣ୍ଡିଆ’ର ବିଜୟୀ। ନଭେମ୍ବର ୧୦ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଏହି ରଙ୍ଗାରଙ୍ଗ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି। ଏଥିରେ ସେ ଏକମାତ୍ର ଓଡ଼ିଆ ଭାବେ ଯୋଗଦେଇଥିଲେ।
‘ମିଷ୍ଟର ଆଣ୍ଡ୍ ମିସ୍ ମଡେଲ୍ ଇଣ୍ଡିଆ’ ପ୍ରତିଯୋଗିତାରେ ସମଗ୍ର ଦେଶରୁ ୧୫ ଜଣ ପୁଅ ଓ ୧୨ ଝିଅଙ୍କ ଭାଗ ନେଇଥିଲେ। ଏଥିରେ ଟାଲେଣ୍ଟ, ଫିଟ୍ନେସ୍, ବ୍ୟକ୍ତିଗତ ସାକ୍ଷାତକାର ଓ ରାମ୍ପୱାକ୍ ଆଦି ହୋଇଥିଲା। ତେବେ ସମସ୍ତଙ୍କୁ ପଛରେ ପକାଇ ଅମିତ ବିଜୟୀ ହୋଇଛନ୍ତି। ଆସନ୍ତା ଜୁଲାଇରେ ହେବାକୁ ଥିବା ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଭାଗ ସେ ନେବେ ବୋଲି କହିଛନ୍ତି।
ସେ କହିଛନ୍ତି-“ଏହି ପ୍ରତିଯୋଗିତାରେ ସିଙ୍ଗର, ଆକ୍ଟର, ରାପ୍ପର ଓ ଡ୍ୟାନ୍ସର ଆଦି ବିଭାଗରୁ ବହୁ ବିଜ୍ଞ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ଏଥିରେ ଭାଗ ନେବା ମୋ’ ପାଇଁ ସହଜ ନଥିଲା। ସେଥିପାଇଁ ଦୁଇ ବର୍ଷ ତଳୁ ପ୍ରସ୍ତୁତି ଚଳାଇ ଥିଲି। କଠିନ ପରିଶ୍ରମ କରିଥିବାରୁ ଆଜି ସଫଳତା ପାଇଛି। ଆସନ୍ତାବର୍ଷ ଭାରତରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗୌରବାନ୍ନିତ ମନେ କରୁଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/amit_1626686450.jpg)