Advertisment

୧୦୮ ଆମ୍ବୁଲାନ୍ସ-ଟ୍ରକ ମୁହାଁମୁହିଁ ଧକ୍କା

କନ୍ଧମାଳ : ୧୦୮ ଆମ୍ବୁଲାନ୍ସ ଓ ଟ୍ରକ ମୁହାଁମୁହିଁ ଧକ୍କା। କନ୍ଧମାଳ ତୁମୁଡିବନ୍ଧ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ମୁହାଁମୁହିଁ ଧକ୍କା ହେବା ଫଳରେ ଆମ୍ବୁଲାନ୍ସଟି ପୂରାପୂରି ଚୂରମାର ହୋଇଯାଇଛି। ଅନ୍ୟପଟେ ଟ୍ରକଟି ମଧ୍ୟ ରାସ୍ତା ଉପରେ ଓଲଟିପଡିଛି। କୁର୍ତ୍ତମଗଡ଼…

author-image
Pramod Behera
୧୦୮ ଆମ୍ବୁଲାନ୍ସ-ଟ୍ରକ ମୁହାଁମୁହିଁ ଧକ୍କା

vlcsnap-error385

କନ୍ଧମାଳ : ୧୦୮ ଆମ୍ବୁଲାନ୍ସ ଓ ଟ୍ରକ ମୁହାଁମୁହିଁ ଧକ୍କା। କନ୍ଧମାଳ ତୁମୁଡିବନ୍ଧ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ମୁହାଁମୁହିଁ ଧକ୍କା ହେବା ଫଳରେ ଆମ୍ବୁଲାନ୍ସଟି ପୂରାପୂରି ଚୂରମାର ହୋଇଯାଇଛି। ଅନ୍ୟପଟେ ଟ୍ରକଟି ମଧ୍ୟ ରାସ୍ତା ଉପରେ ଓଲଟିପଡିଛି। କୁର୍ତ୍ତମଗଡ଼ ନିକଟ ପନ୍ଦରମାଇଲରେ ୫୯ ନମ୍ବର ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ହୋଇପଡିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିଗୁଡା ଓ ପରେ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଖବର ପାଇ ତୁମୁଡିବନ୍ଧ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା କିଭଳି ଓ କେଉଁ କାରଣରୁ ଘଟିଛି, ସେନେଇ ତଦନ୍ତ ଚଳାଇଛି। ୧୦୮ ଆମ୍ବୁଲାନ୍ସଟି ରୋଗୀଙ୍କୁ ନେଇ ତୁମୁଡିବନ୍ଧ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଚୁରମାର ହେବା ସହିତ ଟ୍ରକଟି ରାସ୍ତା ଉପରେ ହିଁ ଓଲଟି ପଡିଥିଲା।

Advertisment
Advertisment