Advertisment

Amazon Penalised: ଗ୍ରାହକଙ୍କୁ ଠକିବା ପଡ଼ିଲା ମହଙ୍ଗା, ଇ-କମର୍ସ ସଂସ୍ଥାକୁ ଖାଉଟି ଅଦାଲତରୁ ଝଟକା

ଗ୍ରାହକଙ୍କୁ ଠକିବା ମହଙ୍ଗା ପଡ଼ିଲା। ଇ-କମର୍ସ ସଂସ୍ଥା ଆମାଜନକୁ ଲାଗିଛି ଝଟ୍କା। ଲାପଟପ୍ ବଦଳରେ ମାର୍ବଲ ପଥର ପଠାଇବା ଘଟଣାରେ ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ଆମାଜନ୍।

Amazon

Amazon Photograph: (OTV)

Advertisment

ଗ୍ରାହକଙ୍କୁ ଠକିବା ମହଙ୍ଗା ପଡ଼ିଲା। ଇ-କମର୍ସ ସଂସ୍ଥା ଆମାଜନକୁ ଲାଗିଛି ଝଟ୍କା। ଲାପଟପ୍ ବଦଳରେ ମାର୍ବଲ ପଥର ପଠାଇବା ଘଟଣାରେ ଖାଉଟି ଅଦାଲତରେ ଦଣ୍ଡିତ ହୋଇଛି ଆମାଜନ୍। ଲାପଟପ୍ ମୂଲ୍ୟ ସାଙ୍ଗକୁ ମକଦ୍ଦମା ବାବଦ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଖାଉଟି ଅଦାଲତ । 

Advertisment

ସମ୍ବଲପୁରର ଡାକ୍ତର ଚୌବର୍ଗ ନାୟକ ଗତବର୍ଷ ଫେବ୍ରୁଆରି ୪ ତାରିଖରେ ଆମାଜନରୁ ଏକ ଲାପଟପ୍ ଅର୍ଡର୍ କରିଥିଲେ । ଅର୍ଡର ତାଙ୍କୁ ୧୨ ଦିନ ପରେ ଡେଲିଭରୀ ହୋଇଥିଲା। ଓପନ ବକ୍ସ ଡେଲିଭରୀ ଥିବାରୁ ଡେଲିଭରୀ ବୟ ପାର୍ସଲ ଓପନ କରିବା ବେଳେ ଲାପଟପ୍ ବଦଳରେ ମାର୍ବଲ ପିସ୍ ବାହାରିଥିଲା। 

ଏହାପରେ ଡାକ୍ତର ବାବୁ ତୁରନ୍ତ ଆମାଜନକୁ ଆଭିଯୋଗ କରିଥିଲେ । ପୋଲିସରେ ରିପୋର୍ଟ କରିଥିଲେ ମଧ୍ୟ ପୋଲିସ ଅଭିଯୋଗ ଶୁଣିନଥିଲା। ସବୁଆଡୁ ନିରାଶ ହେବାପରେ ଡାକ୍ତର ଚୌବର୍ଗ ନାୟକ ଖାଉଟି ଅଦାଲତରେ ମାମଲା ଦାୟର କରିଥିଲେ। ଆମାଜନ୍ ମଧ୍ୟ କୋର୍ଟରେ ହାଜିର ହୋଇ ମାମଲା ଲଢିଥିଲା। 

Advertisment

ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଆମାଜନ୍ ଲାପଟପ୍  ମୂଲ୍ୟ ବାବଦରେ ୬୦ ହଜାର ୭ ଶହ ୯୯ ଟଙ୍କା ଓ ଗ୍ରାହକ ସେବାର ଅବହେଳା ପାଇଁ ୨୫ ହଜାର ଟଙ୍କା ଓ ମକଦ୍ଦମା ପରିଚାଳନା ବାବଦରେ ୫ ହଜାର ଟଙ୍କା ଦେବ। ମାସକ ଭିତରେ ଏ ସମସ୍ତ ଟଙ୍କା ନ ଦେଲେ ବାର୍ଷିକ ୯ ପ୍ରତିଶତ ସୁଧ ହାରରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ।

Amazon Online Shopping Amazon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ