Advertisment

ଅସୁସ୍ଥତା କାରଣରୁ ଥାନାରେ ହାଜର ହୋଇପାରିଲେନି ଓଟିଭି ସାମ୍ବାଦିକ

ଭୁବନେଶ୍ୱର: ଶାରୀରିକ ଅସୁସ୍ଥତା କାରଣରୁ କେନ୍ଦୁଝର ଥାନାରେ ଆଜି ହାଜର ହୋଇପାରି ନାହାନ୍ତି ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥ। ଥାନାରେ ହାଜର ପାଇଁ ସେ ୧୫ଦିନ ସମୟ ମାଗିଛନ୍ତି। ଦେଢ଼ ବର୍ଷ ତଳର ଫେକ୍ ଭାଇରାଲ୍ ଭିଡିଓ ମାମଲାରେ ରମେଶଙ୍କୁ କେନ୍ଦୁଝର ପୋଲିସ ଭୁବନେଶ୍ୱରରେ ରାସ୍ତା ଉପରୁ ଟାଣି ଘୋଷାରି ଉଠାଇ ନେଇଥିଲା। ପରେ ଦୀର୍ଘ ସମୟ ଏ ଥାନାରୁ ସେ ଥାନା ବୁଲାଇଥିଲା। ସେଥିରେ ରମେଶ ଗଭୀର ଭାବେ ମାନସିକ ଆଘାତ ପାଇବା ସହ […]

ଅସୁସ୍ଥତା କାରଣରୁ ଥାନାରେ ହାଜର ହୋଇପାରିଲେନି ଓଟିଭି ସାମ୍ବାଦିକ

4-2

Advertisment

ଭୁବନେଶ୍ୱର: ଶାରୀରିକ ଅସୁସ୍ଥତା କାରଣରୁ କେନ୍ଦୁଝର ଥାନାରେ ଆଜି ହାଜର ହୋଇପାରି ନାହାନ୍ତି ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥ। ଥାନାରେ ହାଜର ପାଇଁ ସେ ୧୫ଦିନ ସମୟ ମାଗିଛନ୍ତି।

Advertisment

ଦେଢ଼ ବର୍ଷ ତଳର ଫେକ୍ ଭାଇରାଲ୍ ଭିଡିଓ ମାମଲାରେ ରମେଶଙ୍କୁ କେନ୍ଦୁଝର ପୋଲିସ ଭୁବନେଶ୍ୱରରେ ରାସ୍ତା ଉପରୁ ଟାଣି ଘୋଷାରି ଉଠାଇ ନେଇଥିଲା। ପରେ ଦୀର୍ଘ ସମୟ ଏ ଥାନାରୁ ସେ ଥାନା ବୁଲାଇଥିଲା। ସେଥିରେ ରମେଶ ଗଭୀର ଭାବେ ମାନସିକ ଆଘାତ ପାଇବା ସହ ଶାରୀରିକ ଅସୁସ୍ଥତା ମଧ୍ୟ ଅନୁଭବ କରୁଛନ୍ତି। ତେଣୁ ଆଇନ୍ ପ୍ରକ୍ରିୟା ଭିତରେ ସେ ନିଜ ଓକିଲ ମାଧ୍ୟମରେ କେନ୍ଦୁଝର ଥାନାରେ ହାଜର ହେବାକୁ ୧୫ଦିନ ସମୟ ମାଗିଛନ୍ତି।

ଗତ ୧୫ ତାରିଖ ଦିନ କେନ୍ଦୁଝର ପୋଲିସ ଏକ ଭାଇରାଲ୍ ଭିଡିଓ ମାମଲାରେ ରମେଶ ରଥଙ୍କୁ ରାସ୍ତା ମଝିରୁ ଉଠାଇନେଇଥିଲା। ପରେ ତାଙ୍କୁ ସାଙ୍ଗରେ ଧରି ବିନା ସର୍ଚ୍ଚ ଓ୍ୱାରେଣ୍ଟ କି ନୋଟିସ୍‌ରେ ବଳପୂର୍ବକ ଓଟିଭି ଅଫିସ ଭିତରେ ପଶିବାକୁ ଚେଷ୍ଟା କରିଥିଲା। ତାପରେ ରମେଶଙ୍କୁ ଆଜି କେନ୍ଦୁଝର ଟାଉନ ଥାନାରେ ହାଜର ହେବାକୁ ନୋଟିସ୍ ଜାରି କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ