/odishatv-khabar/media/post_attachments/uploadimage/library/16_9/16_9_0/konark-temple_1623676757.jpg)
konark-temple
ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ରାଜ୍ୟର ଐତିହ୍ୟସ୍ଥଳୀ ଜୁନ୍ ୧୬ ତାରିଖରୁ ଖୋଲିବ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସବୁ ଐତିହ୍ୟସ୍ଥଳୀ ଖୋଲିବା ନେଇ ASI ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଖୋଲିଲେ ମଧ୍ୟ ଐତିହ୍ୟସ୍ଥଳୀରେ ରାଜ୍ୟ ପକ୍ଷରୁ ଜାରି କୋଭିଡ୍ କଟକଣା ପାଳନ ହେବ। ପର୍ଯ୍ୟଟକଙ୍କ ଆଗମନ ଦେଖି ନିର୍ଦ୍ଦିଷ୍ଟ ଏସ୍ଓପି ମଧ୍ୟ ପାଳନ କରାଯିବ। କରୋନା କଟକଣା ପାଇଁ ଗତ ଏପ୍ରିଲ ୧୫ ତାରିଖରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀ ଗୁଡିକ ବନ୍ଦ ରହିଛି।
ସେପଟେ, ପୁଣି ୪୪ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର, ବରଗଡ଼, କଟକରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ସେହିଭଳି ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ରୁ ମଧ୍ୟ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)