Advertisment

ଏଣିକି ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଇନ

ଭୁବନେଶ୍ୱର: ଏଣିକି ଗୋଟିଏ ଆଇନରେ ପରିଚାଳିତ ହେବ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ। ରାଜ୍ୟ କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ କୁଳପତିଙ୍କ କାର୍ଯ୍ୟକାଳକୁ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି କରିଛନ୍ତି। ସେହିପରି କୁଳପତି ଚୟନ କମିଟିରେ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ ରହିବାକୁ ସ୍ଥିର ହୋଇଛି। ଏ ସଂକ୍ରାନ୍ତ ୧୯୮୯ ଉଚ୍ଚଶିକ୍ଷା ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ମଂଜୁରୀ ମିଳିଛି। କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୫ରୁ ୬୭ ବର୍ଷକୁ ବୃଦ୍ଧି କରାଯାଇଛି। ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆକ୍ଟ […]

ଏଣିକି ସବୁ ବିଶ୍ୱବିଦ୍ୟାଳୟ ପାଇଁ ଗୋଟିଏ ଆଇନ

university

Advertisment

ଭୁବନେଶ୍ୱର: ଏଣିକି ଗୋଟିଏ ଆଇନରେ ପରିଚାଳିତ ହେବ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ। ରାଜ୍ୟ କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ କୁଳପତିଙ୍କ କାର୍ଯ୍ୟକାଳକୁ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି କରିଛନ୍ତି। ସେହିପରି କୁଳପତି ଚୟନ କମିଟିରେ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ ରହିବାକୁ ସ୍ଥିର ହୋଇଛି।

Advertisment

ଏ ସଂକ୍ରାନ୍ତ ୧୯୮୯ ଉଚ୍ଚଶିକ୍ଷା ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ମଂଜୁରୀ ମିଳିଛି। କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୫ରୁ ୬୭ ବର୍ଷକୁ ବୃଦ୍ଧି କରାଯାଇଛି। ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆକ୍ଟ ରଦ୍ଦ ହୋଇଛି। ଏହାସହ ସବୁ ବିଶ୍ୱବିଦ୍ୟାଳୟ ପରିଚାଳନା ପାଇଁ ଗୋଟିଏ ଆଇନ ସଂକ୍ରାନ୍ତ ପ୍ରସ୍ତାବକୁ ମଂଜୁରୀ ମିଳିଛି।

ଏଣିକି ବିଶ୍ୱବିଦ୍ୟାଳୟରୁ ସିନେଟ ବ୍ୟବସ୍ଥା ଉଠିଯିବ। ଏହାଛଡ଼ା ସିଣ୍ଡିକେଟ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହେବ। ସେହିପରି ବିଶ୍ୱବିଦ୍ୟାଳୟ ଶିକ୍ଷକ ଚୟନ ଦାୟିତ୍ୱ OPSCକୁ ଦେବାକୁ ନିଷ୍ପତ୍ତି ହୋଇଛି ଅପରପକ୍ଷେ ଆଇନଜୀବୀଙ୍କୁ ସହାୟତା ଦେବାକୁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ