Advertisment

ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ଶ୍ରୀଜିଉ ; ସିଂହଦ୍ୱାରରେ ଲାଗିଲା ତିନି ରଥ

ପୁରୀ : ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଲେ ଶ୍ରୀଜିଉ। ସିଂହଦ୍ୱାରରେ ଲାଗିଲା ତିନି ରଥ। ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ଶନିବାର ତିନି ରଥରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଶରଧାବାଲିରୁ ସିଂହଦ୍ୱାର। ଲକ୍ଷ…

ଅଦ୍ୟତନ ହୋଇଛି
ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ଶ୍ରୀଜିଉ ; ସିଂହଦ୍ୱାରରେ ଲାଗିଲା ତିନି ରଥ

3

Advertisment

ପୁରୀ : ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡିଲେ ଶ୍ରୀଜିଉ। ସିଂହଦ୍ୱାରରେ ଲାଗିଲା ତିନି ରଥ। ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ଶନିବାର ତିନି ରଥରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ।

Advertisment

publive-imageଶରଧାବାଲିରୁ ସିଂହଦ୍ୱାର। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। ଘଣ୍ଟଘଣ୍ଟା ଧ୍ୱନିରେ ଫାଟିପଡୁଥିଲା ବଡଦାଣ୍ଡ। ତା ଭିତରେ ମହାବାହୁଙ୍କ ଅପେକ୍ଷାରେ ଥିଲେ ତିନି ରଥ। ସମୟ ଯେତିକି ଗଡୁଥିଲା, ଉତ୍କଣ୍ଠା ସେତିକି ବଢୁଥିଲା।

publive-imageନିର୍ଧାରିତ ସମୟର ପ୍ରାୟ ୩ ଘଣ୍ଟା ଆଗରୁ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଥମେ ହୋଇଥିଲା ସୁଦର୍ଶନଙ୍କ ପହଣ୍ଡି। ତାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି।

Advertisment

ଟାହିଆ ହଲେଇ ହଲେଇ ଧାଡ଼ି ପହଣ୍ଡିରେ ଯାଇ ପହଁଞ୍ଚିଥିଲେ। ରଥରେ ଅନ୍ୟ ରୀତିନୀତି ପରେ ଶ୍ରୀ ନଅରରୁ ଆସି ଶରଧାବାଲିରେ ପହଁଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂ ଦେବ। ଆରମ୍ଭ ହୋଇଥିଲା ଛେରାପହଁରା। ଏହାପରେ ଚାରମାଳ ଫିଟା, ରଥରେ ଘୋଡ଼ା ଯଚା ହୋଇ ସାରଥୀ ଲାଗିବା ପରେ ଅଗଣିତ ଭକ୍ତଙ୍କ ପାଇଁ ଆସି ପହଞ୍ଚିଯାଇଥିଲା। ସେଇ ମହାର୍ଘ ମୁହୂର୍ତ୍ତ ଅପରାହ୍ନ ପ୍ରାୟ ଗୋଟାଏ କୋଡ଼ିଏରେ। ପ୍ରଥମେ ଘର୍ଘର ନାଦରେ ତାଳଧ୍ୱଜ ରଥ ଗଡ଼ିବା କ୍ଷଣି ଭାବ ଭକ୍ତିରେ ଉଛୁଳି ଉଠିଥିଲା ପରିବେଶ।

ବର୍ଷା ନଥିଲା, କିନ୍ତୁ ଭାବରେ ଭିଜୁଥିଲେ, ଭକ୍ତିରେ ମଜୁଥିଲେ ଭକ୍ତ

publive-imageତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ କାଳିଆ ଠାକୁରଙ୍କର ରଥକୁ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। କିଛି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ। ପୋଡ଼ପିଠା ଖାଇ ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ତିନିଠାକୁର। ରଥଯାତ୍ରା ଭଳି ବାହୁଡ଼ାରେ ବି ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ସଅଳ ସଅଳ ସରି ଯାଇଥିଲା ଶ୍ରୀଜିଉଙ୍କ ଗୋଟିକ ପରେ ଗୋଟିଏ ନୀତି।

Advertisment

ଦିନ ଥାଉ ଥାଉ ସିଂହଦ୍ୱାରକୁ ବାହୁଡ଼ି ଆସିଛି ତିନି ରଥ। କାଲି ଏଇ ରଥ ଉପରେ ଜଗତଜନଙ୍କୁ ସୁନାବେଶରେ ଦର୍ଶନ ଦେବେ ଜଗତ ଠାକୁର। ତାପର ଦିନ ଅଧରପଣା। ସୋମବାର ହେବ ନୀଳାଦ୍ରିବିଜେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ