Advertisment

ଏଣିକି ପ୍ରତି ସପ୍ତାହର ଏହି ଦିନରେ ବନ୍ଦ ରହିବ ଶ୍ରୀମନ୍ଦିର

ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସବୁ ରବିବାର  ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି। କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି

ଏଣିକି ପ୍ରତି ସପ୍ତାହର ଏହି ଦିନରେ ବନ୍ଦ ରହିବ ଶ୍ରୀମନ୍ଦିର

puri-sunday-off

Advertisment

ପୁରୀ: ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସବୁ ରବିବାର  ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି। କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ସୂଚନା ଦେଇଛନ୍ତି। ପୂର୍ବରୁ ଛତିଶା ନିଯୋଗରେ ଏନେଇ ପ୍ରସ୍ତାବ ପାରିତ ହୋଇଥିଲା। କିନ୍ତୁ ଅନ୍ୟଦିନରେ ସାଧାରଣ ଦର୍ଶନ ଉପରେ କୌଣସି ରୋକ ଲଗାଯାଇନାହିଁ। କେବଳ ରବିବାର ହିଁ ଦର୍ଶନ ବନ୍ଦ ରହିବ। ଶ୍ରୀଜୀଉଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ନିତିଦିନ ପୁରୀକୁ ଆସିଥାଆନ୍ତି। ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

Advertisment

ଏହାସହ କୋଭିଡ ସଂକ୍ରମଣ ବଢିବାରେ ଲାଗିଥିବାରୁ ମାସ୍କ ଏବଂ ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି।

Advertisment

ରଥନିର୍ମାଣ ଆଗକୁ ଥିବାରୁ ସମସ୍ତ ଭୋଇ ଓ ମହାରଣାମାନଙ୍କୁ ଟୀକା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେପଟେ ୪୫ବର୍ଷରୁ ଉର୍ଦ୍ଧ୍ୱ ସେବାୟତଙ୍କ ସହ ତାଙ୍କ ପରିବାର ମହିଳାମାନଙ୍କର ଟୀକାକରଣ ଆରମ୍ଭ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ସମସ୍ତ କର୍ମଚାରୀଙ୍କ ଟୀକା ପ୍ରଦାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

ଗତ ମାର୍ଚ୍ଚ ୨୦ ତାରିଖ କରୋନା ପ୍ରଭାବରେ ଥର ହର ହୋଇଥିଲା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର। ଭକ୍ତଙ୍କ ପାଇଁ ବନ୍ଦ ହୋଇଯାଇଥିଲା ଶ୍ରୀମନ୍ଦିର। ପ୍ରାୟ ୯ମାସ ପରେ ଡିସେମ୍ବରରେ ଖୋଲିଲା ଶ୍ରୀମନ୍ଦିର। ତାପରେ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରକୁ ଛୁଟିଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ। ଖୋଲାମେଲା ହୋଇଯାଇଥିଲା କଟକଣା କିନ୍ତୁ ଏବେ ପୁନର୍ବାର କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିବାପରେ ପୁଣି ଆରମ୍ଭ ହୋଇଛି କଟକଣା।

Advertisment

ଡ଼ିସେମ୍ୱର ୨୩ ରୁ ୨୫ ଓ ପ୍ରଥମେ ସେବାୟତ ପରିବାର ସଦସ୍ୟ ଓ ଜାନୁଆରୀ ୩ ରୁ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ଦେଖାଇ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇଥିଲା। ପୁଣି ପୁର୍ନବିଚାର କରାଯାଇ ଏହାକୁ କେବଳ ମାସ୍କ ବ୍ୟବହାର, ହାତ ସାନିଟାଇଜ, ସମାଜିକ ଦୂରତ୍ୱକୁ କଡ଼ାକଡ଼ି କରାଯାଇ ମନ୍ଦିର ପ୍ରବେଶ ଅନୁମତି ମିଳିଥିଲା। ତେବେ ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଥିବାରୁ ଏମିତି ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ।

Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ