Advertisment

Dahibara Hata: କଟକ ବାଲିଯାତ୍ରା: ଗୋଟିଏ ଜାଗାରେ ଏକାଠି ହୋଇଛନ୍ତି ପ୍ରସିଦ୍ଧ ଦହିବରା ବ୍ରାଣ୍ଡ...

ଆପଣ କଟକ ବାଲିଯାତ୍ରା ବୁଲିଯାଉଛନ୍ତି କି? ତାହାଲେ ନିଶ୍ଚୟ ଯାଆନ୍ତୁ ବାଲିଯାତ୍ରାରେ ପଡିଥିବା ଦହିବରା ହାଟକୁ। ସେଇ ହାଟ, ଯେଉଁଠି କଟକର ସବୁ ଦହିବରା ମିଳୁଛି ଗୋଟିଏ ଜାଗାରେ।

BALIYATRA-DAHIBARA-HATA

BALIYATRA-DAHIBARA-HATA Photograph: (OTV)

Advertisment

ଚଳିତ ବର୍ଷ ବାଲିଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲଟିଛି ଦହିବରା ହାଟ। କଟକର ସବୁ ପ୍ରସିଦ୍ଧ ଦହିବରା ବ୍ୟବସାୟୀମାନେ ପସରା ମେଲାଇଛନ୍ତି ଏହି ହାଟରେ। ଏ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସିଛି ସାରା ଓଡ଼ିଶା ପ୍ରସିଦ୍ଧ ରଘୁ ଦହିବରା । ତା' ସାଙ୍ଗକୁ ବାବୁଲା, ତ୍ରିନାଥ ଓ ପ୍ରତାପ ଦହିବରା ବି ଗୋଟିଏ ଜାଗାରେ ପାଇବେ ଖାଦ୍ୟପ୍ରେମୀ। 

Advertisment


ଦିନଠୁ ରାତିଯାଏ ଏ ଦହିବରା ହାଟରେ ଜମୁଛି ଖାଦ୍ୟପ୍ରେମୀଙ୍କ ଗହଳି। ପିଲାଠୁ ବୁଢା ସମସ୍ତେ ଆଳୁଦମ ଦହିବରା ଖାଇ ଯାତ୍ରା ବୁଲିବାରେ ଲାଗିଛନ୍ତି। ଦହିବରା ଉପରେ ଲାଲ୍‌ ଟହଟହ ଆଳୁଦମର ବାସ୍ନା ଯେମିତି ଟାଣିଆଣୁଛି ଲୋକଙ୍କୁ। ଖଚାଖଚ୍ ଭିଡ ଲାଗୁଛି ଏ ଦହିବରା ହାଟରେ। 
ବାଲିଯାତ୍ରାକୁ ଆସି ଦହିବରା ନ ଖାଇଲେ ବାଲିଯାତ୍ରା ବୁଲା ଅଧୁରା ରହିଯାଏ। ତେଣୁ ଏହି ଦହିବରା ହାଟରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼। କଟକର ଦହିବରାକୁ ଜିଆଇ ଟ୍ୟାଗ୍ ମିଳିବାରେ ଏହି ହାଟ ସହାୟକ ହେବ ବୋଲି ଆଶା ରଖିଛନ୍ତି କଟକ ବ୍ୟବସାୟୀ ସଂଘ। 

Cuttack Baliyatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ