Advertisment

ଧୀରେ ଧୀରେ ସୁଧୁରୁଛି ଶ୍ରୀଜିତଙ୍କ ମାନସିକ ଅବସ୍ଥା

କଟକ: ଏ ଫ୍ରେଣ୍ଡ୍ ଇନ୍ ନିଡ୍ ଇଜ୍ ଫ୍ରେଣ୍ଡ ଇଣ୍ଡିଡ୍। ଏ କଥା ଶ୍ରୀଜିତ ପାଢୀଙ୍କ କ୍ଷେତ୍ରରେ ସତ ହୋଇଛି।  ସାଙ୍ଗସାଥିଙ୍କ ପ୍ରୟାସରୁ ସେ ଏବେ ଧିରେଧିରେ ସୁସ୍ଥ ହେଉଛନ୍ତି।  କଟକ ବଡ଼ ମେଡିକାଲର ମାନସିକ ରୋଗ ବିଭାଗରେ ଚାଲିଛି ତାଙ୍କର ଚିକିତ୍ସା।  ଚିକିତ୍ସା ପରେ ତାଙ୍କର ଅନେକ ପରିବର୍ତ୍ତନ ଘଟିଛି। ସାଙ୍ଗସାଥିଙ୍କୁ ସେ ଚିହ୍ନିବା ଆରମ୍ଭ କଲେଣି । ଖୁବଶୀଘ୍ର ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି କହିଛନ୍ତି ଡାକ୍ତର। ତାଙ୍କର ଏବେ ବଦଳୁଛି ଚେହେରା, […]

ଧୀରେ ଧୀରେ ସୁଧୁରୁଛି ଶ୍ରୀଜିତଙ୍କ ମାନସିକ ଅବସ୍ଥା

gdsf

Advertisment

କଟକ: ଏ ଫ୍ରେଣ୍ଡ୍ ଇନ୍ ନିଡ୍ ଇଜ୍ ଫ୍ରେଣ୍ଡ ଇଣ୍ଡିଡ୍। ଏ କଥା ଶ୍ରୀଜିତ ପାଢୀଙ୍କ କ୍ଷେତ୍ରରେ ସତ ହୋଇଛି।  ସାଙ୍ଗସାଥିଙ୍କ ପ୍ରୟାସରୁ ସେ ଏବେ ଧିରେଧିରେ ସୁସ୍ଥ ହେଉଛନ୍ତି।  କଟକ ବଡ଼ ମେଡିକାଲର ମାନସିକ ରୋଗ ବିଭାଗରେ ଚାଲିଛି ତାଙ୍କର ଚିକିତ୍ସା।  ଚିକିତ୍ସା ପରେ ତାଙ୍କର ଅନେକ ପରିବର୍ତ୍ତନ ଘଟିଛି। ସାଙ୍ଗସାଥିଙ୍କୁ ସେ ଚିହ୍ନିବା ଆରମ୍ଭ କଲେଣି । ଖୁବଶୀଘ୍ର ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି କହିଛନ୍ତି ଡାକ୍ତର।

Advertisment

ତାଙ୍କର ଏବେ ବଦଳୁଛି ଚେହେରା, ବଦଳୁଛି ହାବଭାବ।  ପୁରୀ ବଡ଼ଦାଣ୍ଡରୁ କଟକ ଏସସିବିକୁ ଠିକଣା ବଦଳିଯିବା ପରେ ଏବେ ସ୍ୱାଭାବିକ୍‌ ଜୀବନ ‌ଆଡ଼କୁ ପାଦ ବଢାଉଛନ୍ତି ଶ୍ରୀଜିତ । ଚିକିତ୍ସା ବେଳେ ଡାକ୍ତରଙ୍କୁ କରୁଛନ୍ତି ପୂର୍ଣ୍ଣ ସହଯୋଗ। ପୂର୍ବର ସେ ଉଗ୍ର ବ୍ୟବହାର ନଥିଲେବି ପୁରୁଣା ସ୍ୱାଭାବରେ ପୂର୍ଣ୍ଣଛେଦ ପଡିନି । ବନ୍ଧୁମାନଙ୍କ ବଦାନ୍ୟତା ପାଇଁ କଟକ ବଡ ମେଡିକାଲରେ ଭର୍ତ୍ତି ହେବା ପରେ ଶ୍ରୀଜିତଙ୍କ ଜୀବନରେ ଘଟୁଛି ପରିବର୍ତ୍ତନ ଠିକ୍‌ରେ ଖିଆପିଆ ସହ ସାଙ୍ଗସାଥିଙ୍କୁ ଚିହ୍ନିବା ଆରମ୍ଭ କରିଛନ୍ତି।

ସପ୍ତାହେ ତଳେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ ଶ୍ରୀଜିତ। ଠିକ୍‌ରେ ଖାଇବା ସହ ନିଜ ନିତ୍ୟକର୍ମ କରି ପାରୁଛନ୍ତି । ବର୍ତ୍ତମାନ ତାଙ୍କୁ ଇଂଜେକ୍ସନରେ ଚିକିତ୍ସା ଚାଲିଥିବାବେଳେ ବଟିକା ଗ୍ରହଣ କଲେ ମେଡିକାଲରୁ ଘରକୁ ପଠାଯିବ। ତେବେ ବର୍ତ୍ତମାନ ଯାଏଁ ଶ୍ରୀଜିତଙ୍କ ପରିବାରରୁ କେହି ଜଣେ ହେଲେବି ଭେଟିବାକୁ ଆସିନାହାଁନ୍ତି। କେହି ପରିବାର ନଆସିଲେ ତାଙ୍କୁ ଥଇଥାନ କେନ୍ଦ୍ରକୁ ପଠାଯିବ।  ପୂର୍ବବସ୍ଥାକୁ ଫେରିବାକୁ ଆଉ ସପ୍ତାହରୁ ଦୁଇ ସପ୍ତାହ ଲାଗିବ ବୋଲି କହିଛନ୍ତି ଡାକ୍ତର।

Advertisment

ଏକଦା ରେଭେନ୍ସା ମେଧାବୀ ଛାତ୍ର ଥିବା ଶ୍ରୀଜିତ  ଓଏଏସ ପରୀକ୍ଷାରେ ଦୁଇ ଦୁଇ ଥର ଲିଖିତ ପରୀକ୍ଷା୍ ପାସ କରି ଇଣ୍ଟରଭ୍ୟୁରେ ବିଫଳ ହେବାରୁ ମାନସିକ ଅବସାଦ ଗ୍ରସ୍ତ ହୋଇ ପୁରୀ ବଡ଼ଦାଣ୍ଡରେ ବୁଲୁଥିଲେ। ହେଲେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଉଚ୍ଚ ପଦ ପଦବୀରେ ଥିବା ତାଙ୍କର କିଛି ବନ୍ଧୁ ତାଙ୍କ ସମ୍ପର୍କରେ ଖବର ପାଇ ଉଦ୍ଧାର ପରେ ଶ୍ରୀଜିତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ